ମହିମା ଗାଦି ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କାର ପ୍ରସ୍ତାବ

Jun 15, 2023 - 02:07
Jun 16, 2023 - 02:07
 0  592
ମହିମା ଗାଦି ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କାର ପ୍ରସ୍ତାବ
ମହିମା ଗାଦି ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କାର ପ୍ରସ୍ତାବ

ମହିମା ଗାଦି ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କାର ପ୍ରସ୍ତାବ
ଢେଙ୍କାନାଳ ଜିଲ୍ଲାରେ ସ୍ଥିତ ଯୋରନ୍ଦା ମହିମା ଗାଦିର ରୂପାନ୍ତରଣ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ୧୧୨କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ମେ ୨୯ରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହ ପୀଠର ସମ୍ପୂର୍ଣ୍ଣ ରୂପାନ୍ତରଣ ସମ୍ପର୍କରେ ଆଲୋଚନା କରିବା ସହ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ପରାମର୍ଶ ଅନୁସାରେ ଜିଲାପାଳ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ପ୍ରସ୍ତାବରେ ପୀଠର ସର୍ବାଙ୍ଗୀନ ବିକାଶ ସହ ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି । ରୂପାନ୍ତରଣ ପ୍ରସ୍ତାବରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନଃ ନିର୍ମାଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯିବ । ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ସମୂର୍ଣ୍ଣ ଆଲୋକୀକରଣ ହେବ । ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମିତ ହେବ । ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକୀକରଣ ସହିତ ପ୍ରମନେଡ ତିଆରି କରାଯିବ । ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ ଶୌଚାଳୟ ନିର୍ମାଣ ହେବ । ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥିଙ୍କ ପାଇଁ ସମସ୍ତ ସୁବିଧା ରହିବ ।

What's Your Reaction?

like

dislike

love

funny

angry

sad

wow