OSSC ପୁଣି ପ୍ରଶ୍ନପତ୍ର ଲିକ୍‌

Jul 31, 2023 - 11:13
 0  4
OSSC ପୁଣି ପ୍ରଶ୍ନପତ୍ର ଲିକ୍‌

ଜେଇ (ସିଭିଲ) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଅଡ଼ୁଆ ରେ ପଡ଼ିଥିବା ବେଳେ ଏହା ଦ୍ୱାରା ପରିଚାଳିତ ଆଉ ଏକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ରବିବାର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି। ଅର୍ବାନ୍‌ ଲୋକଲ ବଡ଼ି ବା ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ ପରୀକ୍ଷାର୍ଥୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।

ଉକ୍ତ ପରୀକ୍ଷା ଲାଗି ରାଜ୍ୟରେ ୧୩୮ଟି ସେଣ୍ଟର କରାଯାଇଥିବା ବେଳେ ସେଥିରୁ ଗୋଟିଏ ଥିଲା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ। ଏଠାରେ ମୋଟ ୭୦୦ ଆଶାୟୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହିତ ପରୀକ୍ଷା ଦେଇ ନଥିଲେ। ସେମାନେ ପରୀକ୍ଷା ହଲ୍‌ରୁ ବାହାରି ଆସି କଲେଜର ପ୍ରବେଶ ଦ୍ୱାର ନିକଟରେ ପ୍ରତିବାଦ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଥିଲା।ପରୀକ୍ଷା ସକାଳ ୧୦ ଟା ରୁ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ଯନ୍ତ ହେଉଥିଲା। ପରୀକ୍ଷାର୍ଥୀ ମାନେ ଠିକ ଟାଇମରେ ପରୀକ୍ଷା କେନ୍ଦ୍ର ଯାଇଥିଲେ। ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲା ହୋଇଥିବା ଜାଣି ୨୧,୨୨,୨୩ ରୁମରେ  ୫୦ ଜଣରୁ  ଉର୍ଦ୍ଧ୍ବ ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ ଗେଟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଥିଲେ।

 ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି,ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରର ସିଲ ପରୀକ୍ଷାର୍ଥୀଙ୍କ ସମ୍ମୁଖରେରେ ଖୋଲା ଯିବା କଥା, କିନ୍ତୁ ଏହି ପ୍ରଶ୍ନପତ୍ର ପୂର୍ବରୁ ଖୋଲା ଥିବାରୁ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ପରୀକ୍ଷାର୍ଥୀ ମାନେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କର୍ତ୍ତୃପକ୍ଷ କହିଛନ୍ତି ସେପଟେରୁ ଖୋଲା ହୋଇ ଆସିଥିବା ନେଇ ପରୀକ୍ଷାର୍ଥୀ କହିଛନ୍ତି।  ଏହି ଘଟଣାକୁ ନେଇ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ନାରାବାଜି ଦେବା ସହ ଧାରଣାରେ ବସିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଟିମ ସହ ଉପଜିଲ୍ଲାପାଳ ମନୋଜ ପାତ୍ର ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ଏହି କଲେଜରେ ମୋଟ ୬୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ବିହାରର ବିଶାଲ ସମେତ ୧୭ ଜଣଙ୍କୁ ଗିରଫ କରାଯାଇଛି । ପ୍ରିଣ୍ଟିଂ ପ୍ରେସ୍‌ରୁ ହିଁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋଲି ପୋଲିସ ଦର୍ଶାଇଥିଲା। ଅପର ପକ୍ଷରେ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେବେ OSSC ଦ୍ଵାରା ପରିଚାଳିତ ପରୀକ୍ଷା ରେ ଅନେକ ତ୍ରୁଟି ଦେଖା ଯାଉଛି। ପରୀକ୍ଷାରେ ସ୍ବଚ୍ଛତା ରହୁନାହିଁ। ନିଯୁକ୍ତି ଆଶାୟୀଙ୍କ OSSC ଉପରୁ ଭରଷା ତୁଟି ସାରିଲାଣି। ଆଗାମୀ ଦିନରେ ରାଜ୍ୟ ସରକାର ନେଇ କଣ କଡ଼ା ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.