କାଲିଠୁ ଖୋଲିପାରେ ୟୁନିଟ ୨ ମାର୍କେଟ ବିଲଡିଂ !

Jul 31, 2023 - 11:33
 0  4
କାଲିଠୁ ଖୋଲିପାରେ  ୟୁନିଟ ୨ ମାର୍କେଟ ବିଲଡିଂ !

ଭୁବନେଶ୍ବର ସ୍ଥିତ ୟୁନିଟ ୨ ମାର୍କେଟ ବିଲଡିଂ କାଲିଠୁ ଖୋଲିବା ନେଇ ଆଶା ଉଜ୍ବଳ ହୋଇଛି। ଉଠା ଦୋକାନୀ ଏବଂ ବ୍ୟାବସାୟୀ ସଂଘ ମଧ୍ୟରେ ବିବାଦ କାରଣରୁ ଦୀର୍ଘ ୧୬ ଦିନ ହେବ ଏହ​‌ ବନ୍ଦ ଥିଲା। ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି ।୨ସପ୍ତାହ ଧରି ବନ୍ଦ ରହିବା ପରେ, ଆସନ୍ତାକାଲି ଖୋଲିବ କି ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ ? ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ୧୬ ଦିନ ହେବ ବନ୍ଦ ରହିଛି ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ।

ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି (BMC) କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି । ନଚେତ୍ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ଖୋଲିବ ନାହିଁ ବୋଲି ଏହି ସ୍ଥାୟୀ ବ୍ୟବସାୟୀଙ୍କ ସଂଘ ଚେତାବନୀ ଦେଇଛି । ଗୋଟିଏ ପଟେ ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରୁ ହଟାଇବା ଜିଦରେ ସ୍ଥାୟୀ ବ୍ୟବସାୟୀମାନେ ଅଡ଼ି ବସିଥିବା ବେଳେ, ଅନ୍ୟପଟେ ଥଇଥାନ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ହଟାଯାଇ ପାରିବ ନାହିଁ ବୋଲି କହୁଛନ୍ତି ଉଠା ଦୋକାନୀ । ତେଣେ ବିଏମସି ଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇଦେବା ପାଇଁ ୪ଟି ଜାଗା ବାଛିଥିବା ସୂଚନା ମିଳିଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.