କଲ୍ୟାଣସିଂହପୁର: କଲ୍ ଭର୍ଟ ଭାଙ୍ଗି ପାଞ୍ଚ ମୃତ, ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

Jul 31, 2023 - 17:03
 0  6
କଲ୍ୟାଣସିଂହପୁର: କଲ୍ ଭର୍ଟ ଭାଙ୍ଗି ପାଞ୍ଚ ମୃତ, ଆତ୍ମୀୟଙ୍କ  ପାଇଁ  ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ବର, ଜୁଲାଇ ୩୧: ଆଜି  ସକାଳେ  ରାୟଗଡା ଜିଲ୍ଲା  କଲ୍ୟାଣସିଂହପୁର  ରେ  ଏକ  ନିର୍ମାଣାଧୀନ କଲ୍ ଭର୍ଟ  ଭାଙ୍ଗି  ଯିବା  ଫଳରେ ଚାରି  ଜଣ  ଶିଶୁଙ୍କ  ସମେତ ୫ ଜଣ ଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ  ଗଭୀର  ଶୋକ  ପ୍ରକାଶ  କରିବା ସହ ମୃତକଙ୍କ ନିକଟତମ  ଆତ୍ମୀୟଙ୍କ  ପାଇଁ  ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି.ଏବଂ ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା  ଜଣାଇଛନ୍ତି I ଏହି  ଦୁର୍ଘଟଣା ପାଇଁ  ଦାୟୀ  କର୍ମଚାରୀଙ୍କ  ବିରୁଦ୍ଧରେ  କଡ଼ା  କାର୍ଯ୍ୟାନୁଷ୍ଠାନ  ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I

What's Your Reaction?

like

dislike

love

funny

angry

sad

wow