ମିଲେଟ୍‌ ଆନ୍ତର୍ଜାତିକ ସମ୍ମିଳନୀର ପ୍ରସ୍ତୁତି ନେଇ ସମୀକ୍ଷା: ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ବିଶ୍ଵ ପ୍ରେକ୍ଷାପଟରେ ଉପସ୍ଥାପିତ କରିବ

Sep 22, 2023 - 12:36
Sep 22, 2023 - 12:39
 0  11
ମିଲେଟ୍‌ ଆନ୍ତର୍ଜାତିକ ସମ୍ମିଳନୀର ପ୍ରସ୍ତୁତି ନେଇ ସମୀକ୍ଷା: ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ବିଶ୍ଵ ପ୍ରେକ୍ଷାପଟରେ ଉପସ୍ଥାପିତ କରିବ
ମିଲେଟ୍‌ ଆନ୍ତର୍ଜାତିକ ସମ୍ମିଳନୀର ପ୍ରସ୍ତୁତି ନେଇ ସମୀକ୍ଷା: ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ବିଶ୍ଵ ପ୍ରେକ୍ଷାପଟରେ ଉପସ୍ଥାପିତ କରିବ

ଭୁବନେଶ୍ୱର: ପୁଷ୍ଟିଶସ୍ୟ ମିଲେଟ୍‌ ଚାଷର ପ୍ରସାର ଓ ଏହା ଯେପରି ଘରେ ଘରେ ପହଞ୍ଚିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ୨୦୨୩କୁ ମିଳିତ ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ପକ୍ଷରୁ ମିଲେଟ୍‌ ସଂପର୍କରେ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ ଏକ ସମୟୋଚିତ ପଦକ୍ଷେପ । ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରି ମିଲେଟ ପୁଷ୍ଟିଶସ୍ୟର ଉପକାରିତା ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କର ମିଲେଟ୍‌ ପ୍ରତି ଥିବା ପ୍ରତିବଦ୍ଧତାକୁ ବୈଶ୍ୱିକ ପ୍ରେକ୍ଷାପଟରେ ଉପସ୍ଥାପନ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

କୃଷି ଭବନଠାରେ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀର ପ୍ରସ୍ତୁତି ସଂପର୍କରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ସମ୍ମିଳନୀର ଆୟୋଜନ କରାଯାଉଥିବାବେଳେ ଆନ୍ତର୍ଜାତିକ ମିଲେଟ୍‌ ବର୍ଷରେ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା (ଏସ୍‌ଓପି) ପ୍ରସ୍ତୁତ କରି ତଦନୁଯାୟୀ ଜିଲ୍ଲାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମନ୍ତ୍ରୀ  ପରାମର୍ଶ ଦେଇଥିଲେ । ବିଭିନ୍ନ ଜିଲ୍ଲାର ଅଗ୍ରଣୀ ମିଲେଟ୍‌ ଚାଷୀମାନଙ୍କୁ ସମ୍ମିଳନୀ ଅବସରରେ ସମ୍ବର୍ଦ୍ଧିତ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ଅଗ୍ରଣୀ ସେ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଓଡ଼ିଶା ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । ଏହି ସମ୍ମିଳନୀ ମାଣ୍ଡିଆ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ଲୋକମାନଙ୍କ ମଧ୍ୟରେ ଅଧିକ ଲୋକପି୍ରୟ କରିପାରିବ ବୋଲି ମନ୍ତ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଥିଲେ । ସମ୍ମିଳନୀ ଅବସରରେ ମିଲେଟ୍‌ ଚାଷ ଓ ଖାଦ୍ୟ ପ୍ରସ୍ତୁତିର ସଫଳ କାହାଣୀ ପ୍ରଦର୍ଶନୀ ମଣ୍ଡପରେ ପ୍ରଦର୍ଶନ କରିବା ସହିତ ଟିଭି ଚ୍ୟାନେଲଗୁଡ଼ିକରେ ମିଲେଟ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ଚକ୍ରର ଆୟୋଜନ ଉପରେ ମନ୍ତ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀରେ ଭାଗନେବା ପାଇଁ ପତ୍ର ଲେଖାଯିବ । ଏଥି ସହିତ ବିଭିନ୍ନ ରାଜ୍ୟର କୃଷି ବିଭାଗ ସଚିବମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆନ୍ତର୍ଜାତିକ ସମ୍ମିଳନୀକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଡ. ପାଢ଼ୀ କହିଛନ୍ତି।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମିଲେଟ୍‌ ରିସର୍ଚ୍ଚ, ଇକି୍ରସାଟ୍‌, ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ, ଏସ୍‌ସିଏସ୍‌ଟିଆର୍‌ଟିଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଏହି ସମ୍ମିଳନୀର ଆୟୋଜନରେ ସହଯୋଗ କରିବେ । ଓଡ଼ିଶା ମିଲେଟ୍‌ ମିଶନ ନେତୃତ୍ୱରେ ଓ ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ରୀୟ ସଂସ୍ଥା, ବେସରକାରୀ ଅଂଶୀଦାର, କୃଷକ ଉତ୍ପାଦକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯିବ।

ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ ଅବସରରେ ବିଭିନ୍ନ ଆଲୋଚନାଚକ୍ର, ଉଦ୍ୟୋଗୀ ଓ ବ୍ୟବସାୟିକ ସଂସ୍ଥାମାନଙ୍କ ସହିତ ବୈଠକ, ପ୍ରଦର୍ଶନୀ ମଣ୍ଡପ, କୃଷି ଯାନ୍ତ୍ରିକୀକରଣ ଷ୍ଟଲ, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍‌, ପ୍ରବନ୍ଧ ଲିଖନ ଓ ଏକ୍ସଟେମ୍ପୋ ପ୍ରତିଯୋଗିତା ସମେତ ଆନ୍ତର୍ଜାତିକ ଖାଦ୍ୟ ମହୋତ୍ସବ ଓ ରନ୍ଧନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ।

ଏହି ଅବସରରେ ଶିଳ୍ପୋଦ୍ୟୋଗୀମାନଙ୍କର ରାଉଣ୍ଡ ଟେବୁଲ୍‌ ବୈଠକ, ହୋଟେଲ୍‌ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ସହଯୋଗରେ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଆୟୋଜନ କରାଯିବ । ‘ଗାଁ ଇତିହାସ’ ଓ ‘କାହାଣୀ କହିବା’ ପରି ଅଭିନବ କାର୍ଯ୍ୟକ୍ରମ ସମ୍ମିଳନୀର ଅଂଶବିଶେଷ ହେବ। ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ, ପ୍ରାକ୍‌ ପ୍ରସ୍ତୁତି ଓ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

What's Your Reaction?

like

dislike

love

funny

angry

sad

wow