ମୁକ୍ତା ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ନିର୍ଦେଶ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗର ପତ୍ର

Sep 7, 2023 - 18:10
 0  6
ମୁକ୍ତା ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ନିର୍ଦେଶ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗର ପତ୍ର

ଭୁବନେଶ୍ୱର,୦୭/୦୯/୨୦୨୩ : ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି। 

ଯୁଗ୍ମ ସଚିବ ଶ୍ରୀ ପଣ୍ଡା ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୫ଟି ମନ୍ତ୍ରରେ ରାଜ୍ୟର ୧୧୫ଟି ପୌରସଂସ୍ଥାରେ ଥିବା ୨୦୫୫ ଓ୍ବାର୍ଡରେ ମୁକ୍ତା ଯୋଜନାରେ ୫ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଛୋଟ ପାର୍କ, ସର୍ବସାଧାରଣ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ, ଖେଳପଡିଆ, ପାଦଚଲା ରାସ୍ତା, ବହୁମୁଖି କମୁନିଟି ହଲ୍‍ ସହିତ ୩୭ ହଜାରରୁ ଅଧିକ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ ରହିଛି। ପର୍ଯ୍ୟାୟକ୍ରମେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ ହୋଇଛି। 

ଏହି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠି, ବସ୍ତି ବିକାଶ ସଂଗଠନକୁ ନିୟୋଜିତ ସହିତ ଗୋଷ୍ଠି ସହଭାଗିତାରେ ଏହା କରିବାକୁ ଶ୍ରୀ ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷାକରାଯିବା ସହିତ ପୌରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟ୍କୋଦ ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍‍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ। ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ଠିକଣା ସମୟରେ ସେମାନଙ୍କର ପାଉଣା ପ୍ରଦାନ କରାଯିବ। ପୌର ସଂସ୍ଥାଗୁଡିକୁ ପଞ୍ଚଦଶ ଅର୍ଥ କମିଶନରୁ ମିଳିଥିବା ଅନୁଦାନ ଏବଂ ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି।

What's Your Reaction?

like

dislike

love

funny

angry

sad

wow