ରାଜ୍ୟରେ ହେବ ଡିଜିଟାଲ କ୍ରପ ସର୍ଭେ

Jul 12, 2023 - 07:29
Jul 13, 2023 - 07:29
 0  11
ରାଜ୍ୟରେ ହେବ ଡିଜିଟାଲ କ୍ରପ ସର୍ଭେ
ରାଜ୍ୟରେ ହେବ ଡିଜିଟାଲ କ୍ରପ ସର୍ଭେ

ରାଜ୍ୟରେ ହେବ ଡିଜିଟାଲ କ୍ରପ ସର୍ଭେ
ପ୍ରଥମ ଥର ପାଇଁ ରାଜ୍ୟରେ ଡିଜିଟାଲ କ୍ରପ ସର୍ବେକ୍ଷଣ (ସର୍ଭେ) ହେବ । ରାଜ୍ୟରେ ଚାଷ ହେଉଥିବା ବିଭିନ୍ନ ଫସଲର ସର୍ବେକ୍ଷଣ ଡିଜିଟାଲ ମାଧ୍ୟମରେ ହେବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଥିବା ଏକ ଆପ ମାଧ୍ୟମରେ ଏହି ସର୍ବେକ୍ଷଣ ହେବ । ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ନୟାଗଡ଼, ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ଡିଜିଟାଲ ଶସ୍ୟ ସର୍ବେକ୍ଷଣ ହେବ । ସର୍ଭେକାରୀ ଟିମ୍ ଜମିରେ ଚାଷ ହୋଇଥିବା ଫସଲର ଫଟୋ ସହ ଜମିର ଆୟତନ ସମ୍ପର୍କୀତ ସମସ୍ତ ତଥ୍ୟ ମୋବାଇଲ ଆପରେ ଅପଲୋଡ କରିବେ । ଏହାଦ୍ୱାରା ଚାଷୀ କେତେ ଅଞ୍ଚଳରେ କି ପ୍ରକାର ଫସଲ କରୁଛନ୍ତି, ତାହାର ବାସ୍ତବ ତଥ୍ୟ ରହିପାରିବ । ବିପର୍ଯ୍ୟୟ ସମୟରେ ସବସିଡ୍ ପ୍ରଦାନ ବେଳେ ଏହା ବିଶେଷ ସହାୟକ ହେବ । ଏଥିପାଇଁ ବୁଧବାର କୃଷି ଭବନରେ ସର୍ବେକ୍ଷଣ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow