ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଂଜୁରୀ

Jul 21, 2023 - 06:25
Jul 22, 2023 - 06:25
 0  9
ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଂଜୁରୀ
ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଂଜୁରୀ

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଂଜୁରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ‌ମୋଟ୍‌ ୧୭ ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରସ୍ତାବଗୁଡିକ ମଧ୍ୟରେ ‘ମିଶନ ଶକ୍ତି ସ୍କୁଟର ଯୋଜନା’ ମଧ୍ୟ ସାମିଲ ରହିଛି । ସେହିପରି କର୍କଟ ରୋଗୀଙ୍କ ରାଜ୍ୟ ସରକାର ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯାଇଛି । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ଓଡ଼ିଶା ରାଜ୍ୟ ସମବାୟ ବିପଣନ ସଂଘ ପାଇଁ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ପ୍ରତି ଜିଲ୍ଲାରେ ବନ ସୁରକ୍ଷା ସମିତି କୋଠା ନିର୍ମାଣ ତ୍ୱରାନ୍ୱିତ କରିବାକୁ କ୍ୟାବିନେଟ ମଂଜୁରୀ ଦେଇଛନ୍ତି । ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିବା ପାଇଁ ଜଳସଂପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ନୂଆ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow