ଜୁଲାଇ ୨୬ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

Jul 21, 2023 - 06:22
Jul 22, 2023 - 06:23
 0  5
ଜୁଲାଇ ୨୬ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା
ଜୁଲାଇ ୨୬ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଜୁଲାଇ ୨୬ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା
ଜୁଲାଇ ୨୬ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେଣୁ ସତର୍କ ରହିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । କୌଣସି ସ୍ଥାନରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସ୍ୱାଭାବିକ ବର୍ଷା ହୋଇଛି । ଚାଷ ପାଇଁ ଭଲ ବର୍ଷା ହୋଇଛି । ଆସନ୍ତା ୩ ରୁ ୪ ଦିନ ଭଲ ବର୍ଷା ହେଲେ ଚାଷ ଓ ଚାଷୀଙ୍କ ପାଇଁ ଅନୁକୂଳ ହେବ । ଚାଷ କାର୍ଯ୍ୟ ଠିକ ଭାବେ ଚାଲିଛି । ରାଜ୍ୟର ନଦୀ ଖାଲି ଥିଲା । ହୀରାକୁଦର ଗେଟ ଖୋଲିଲେ ଅସୁବିଧା କିଛି ନାହିଁ ବୋଲି ଏସଆରସି କହିଛନ୍ତି । ସେପଟେ ପାଣିପାଗ ବିଭାଗ ପକ୍ଷରୁ ଶନିବାର ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀରକୁ ଅରେଞ୍ଜ ଓ ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡା, ବରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

What's Your Reaction?

like

dislike

love

funny

angry

sad

wow