ମଣିପୁର ହିଂସା କୁ  ଇନ୍ଧନ ଯୋଗାଉଛି ସାମାଜିକ ଗଣମାଧ୍ୟମ

Jul 21, 2023 - 17:23
 0  4
ମଣିପୁର ହିଂସା କୁ  ଇନ୍ଧନ ଯୋଗାଉଛି ସାମାଜିକ ଗଣମାଧ୍ୟମ

ମଣିପୁର ହିଂସା କୁ ଇନ୍ଧନ ଯୋଗାଉଛି ସାମାଜିକ ଗଣମାଧ୍ୟମ। ପ୍ରତ୍ୟେକ ଦିନ କିଛି ନା କିଛି  ଭିଡିଓ କିମ୍ବା ଫଟୋ ଲୋକଙ୍କ ମଧ୍ୟରେ ଘୃଣା ଭାବନା ବୃଦ୍ଧି କରୁଛି। ଗତ କିଛି ଦିନ ତଳେ ମ ଜଣେ ହିଳାଙ୍କୁ ଉଲଗ୍ନ କରି ବାଟରେ ଚଲାଇବା ଭିଡିଓ ପରେ ଏବେ ମଣିପୁରରେ ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ଉକ୍ତ ଭିଡିଓରେ ଦେଖାଯାଉଛି, ଡେଭିଡ୍‌ ଥିଏକ୍‌ ନାମରେ ଜଣେ ‘କୁକି’ ସମ୍ପ୍ରଦାୟ ବ୍ୟକ୍ତିଙ୍କ କଟାମୁଣ୍ଡକୁ ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବାଉଁଶ ବତାରେ ପୋତାଯାଇଥିବା ବାଡ଼ରେ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଜୁଲାଇ ୨ ତାରିଖ ରାତି ୧୨ଟାରେ ଘଟିଥିବା ସଂଘର୍ଷ ସମୟରେ ଥିଏକ୍‌ଙ୍କୁ ହତ୍ୟା କରାଯାଇଥିଲା। ଏହି ସଂଘର୍ଷରେ ଆଉ ୩ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥିଲେ।ଦଳେ ବ୍ୟକ୍ତି ମେ ୪ ତାରିଖ ଦିନ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଭିଡିଓ ଭାଇରାଲ୍‌ ହେବା ପରେ ଶୁକ୍ରବାର ଦିନ ମଣିପୁରରେ ସଦ୍ୟ ଉତ୍ତେଜନା ସୃଷ୍ଟି ହୋଇଛି। ଉକ୍ତ ଭିଡିଓ ଅନ୍‌ଲାଇନ୍‌ରେ ପ୍ରସାରିତ ହେବା ପରେ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଅମାନବୀୟ କାଣ୍ଡକୁ ବିରୋଧ କରି ଗୁରୁବାର ଦିନ ବିଶାଳ ପ୍ରତିବାଦ ରାଲି ବାହାର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମେ ମାସରୁ ଇମ୍ଫାଲ୍‌ ଉପତ୍ୟକାରେ ଥିବା ସଂଖ୍ୟାଗରିଷ୍ଠ ମଣିପୁରୀ ସମ୍ପ୍ରଦାୟ ଓ ‘କୁକି’ ଜନଜାତି ମଧ୍ୟରେ ସଂଘର୍ଷ ଘଟି ଏଯାବତ୍‌ ୧୬୦ରୁ ଊର୍ଦ୍ଧ୍ବ ‌ଲୋକଙ୍କର ମୃତ୍ୟୁ ଘଟିଲାଣି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.