ଓଡ଼ିଶା ଲୋକ ସେବା ଆୟୋଗ କୁ ମିଳିଲା ନୂଆ ଅଧ୍ୟକ୍ଷ

Aug 3, 2023 - 16:12
 0  4
ଓଡ଼ିଶା ଲୋକ ସେବା ଆୟୋଗ କୁ ମିଳିଲା ନୂଆ ଅଧ୍ୟକ୍ଷ

ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ମିଳିଲା ନୂଆ ଅଧ୍ୟକ୍ଷ । ସନତ କୁମାର ମହାନ୍ତିଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସନତଙ୍କୁ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସନତ ଓପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଖୁବଶୀଘ୍ର ଓପିଏସସିର ଅଧ୍ୟକ୍ଷ ଦାୟିତ୍ୱ ନେବେ। ଆସନ୍ତାକାଲି ଠାରୁ ସନତ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସନତଙ୍କ କାର୍ଯ୍ୟକାଳ ସମୟରେ ଓପିଏସସିରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହେବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.