ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଅନନ୍ତ ନାରାୟଣ ଜେନା

Aug 3, 2023 - 12:42
 0  21
ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଅନନ୍ତ ନାରାୟଣ ଜେନା
ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଅନନ୍ତ ନାରାୟଣ ଜେନା
ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଅନନ୍ତ ନାରାୟଣ ଜେନା

ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିଧାୟକ ଅନୁଦାନ ପାଣ୍ଠିରୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନ ହେବ। ଶାସ୍ତ୍ରୀନଗର ଉନ୍ନୟନ ପରିଷଦ,ଶାସ୍ତ୍ରନଗର ମହିଳା ସାମାଜିକ ସାଂସ୍କୃତିକ ପରିଷଦ ଓ ଶାସ୍ତ୍ରୀନଗର ୟୁଥ୍ ୱେଲଫେୟାର ଆସୋସିଏସନ୍‌ର ଅନୁରୋଧ କ୍ରମେ ଉନ୍ନୟନ ପରିଷଦର ଉପରଗୃହ,ଅର୍ଦ୍ଧନାରିଶ୍ୱର ମନ୍ଦିର ପୂଜକ ଓ ଭକ୍ତମାନଙ୍କ ନିମନ୍ତେ ଶୌଚାଳୟ ଓ ଶାସ୍ତ୍ରୀନଗର ୟୁଥ୍ ୱେଲଫେୟାର ଆସୋସିଏସନ୍‌ର ନୂତନ ଗୃହ ନିମନ୍ତେ ଶିଳାନ୍ୟାସ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଉପସଭାପତି ମିଲନ ପାଇକରାୟ,ଉନ୍ନୟନ ପରିଷଦର ସଂପାଦକ ଆଲୋକ ରଂଜନ ସାମନ୍ତରାୟ,ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଜାନନ୍ଦନ ମହାନ୍ତୀ, ସଂପାଦକ ଅଭିରାମ ଜେନା,ମହିଳା ସାମାଜିକ ସାଂସ୍କୃତିକ ପରିଷଦର ସମ୍ପାଦିକା ରଜନୀରାଣୀ ରାଜହଂସ, ଭୁବନେଶ୍ୱରୀ ମହିଳା ମହାସଂଘର ସଭାପତି କୃଷ୍ଣପ୍ରିୟା ପାଣିଗ୍ରାହି,ସଂପାଦିକ ପୁଷ୍ପଲତା ବିଶ୍ୱାଳ,ବରିଷ୍ଠ ନାଗରିକ ସତେନ୍ଦ୍ର ନାରାୟଣ ତ୍ରିପାଠୀ,ମନ୍ଦିର କମିଟିର ସଭାପତି ଭାଗୀରଥି ଦାସ,ସଂପାଦକ ବ୍ରଜମୋହନ ସାହୁ,ସଂଜୀବ ପାତ୍ର, ୱାର୍ଡ ସଭାପତି ମନୋରଞ୍ଜନ ନାୟକ,କୁନା ଦାସ,ୱାର୍ଡ ଯୁବ ସଭାପତି ସୌମ୍ୟରଞ୍ଜନ ମିଶ୍ର, ୱାର୍ଡ ଯୁବ ସଂପାଦକ ବସନ୍ତ କୁମାର ପ୍ରଧାନ,ଜାଗା ମିଶନର ସଭାପତି ପ୍ରପୁଲ୍ଲ ସାହୁ,ସଂପାଦକ ବିଶ୍ୱରଞ୍ଜନ ପଣ୍ଡାଙ୍କ ସମେତ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ମହିଳା,ଯୁବ ଓ ଛାତ୍ରମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ୱାର୍ଡ ନଂ- ୩୯ ରେ ବିଧାୟକ ପାଣ୍ଠିରେ ଅନେକ ପ୍ରକଳ୍ପ ଶୀଳାନ୍ୟାସ କରାଯାଇ କାମ ଆରମ୍ଭ କରାଯିବ ବୋଲି ମଧ୍ୟ ବିଧାୟକ ଶ୍ରୀ ଜେନା ସୂଚନା ଦେଇଥିଲେ।  ଏଥି ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ କରିବେ ବୋଲି ୱାର୍ଡ ନଂ- ୩୯ ବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଏଥିରେ ଶାସ୍ତ୍ରୀନଗର ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମଧ୍ୟ ବିଧାୟକ ଶ୍ରୀ ଜେନାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.