ବହୁଚର୍ଚ୍ଚିତ ବାଲେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ପର୍ଦ୍ଦାଫାଶ

Jul 5, 2023 - 07:56
Jul 7, 2023 - 07:57
 0  5
ବହୁଚର୍ଚ୍ଚିତ ବାଲେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ପର୍ଦ୍ଦାଫାଶ
ବହୁଚର୍ଚ୍ଚିତ ବାଲେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ପର୍ଦ୍ଦାଫାଶ

ବହୁଚର୍ଚ୍ଚିତ ବାଲେଶ୍ୱର ବ୍ୟାଙ୍କ ଡକାୟତି ମାମଲାର ପର୍ଦ୍ଦାଫାଶ
ବାଲେଶ୍ୱର ଜିଲ୍ଲାର ବହୁଚର୍ଚ୍ଚିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । ଦୀର୍ଘ 69 ଦିନ ପରେ ବାଲେଶ୍ୱର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୁଲିସ ଟିମ ବୁଧବାର ଛଅ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 3 ଶହ ଗ୍ରାମ ସୁନାଗହଣା, ନଗଦ 6 ଲକ୍ଷ ଟଙ୍କା, 4ଟି ବାଇକ, 9ଟି ମୋବାଇଲ ଫୋନ ଓ 3ଟି ପିସ୍ତଲ ଜବତ କରିଛନ୍ତି । ବାଲେଶ୍ୱର ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଏସପି ସାଗରିକା ନାଥ କହିଛନ୍ତି ଏହି ଡକାୟତ ଦଳ ରାଜ୍ୟର ବହୁ ବ୍ୟାଙ୍କ ଓ ପଶ୍ଚିମବଙ୍ଗରେ ଗହଣା ଦୋକାନ ଲୁଟରେ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଏପ୍ରିଲ 26ରେ ଛଅ ଡକାୟତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ପଶି 6 ଶହ ପ୍ୟାକେଟ ସୁନା ଓ ନଗଦ 45 ଲକ୍ଷ 52 ହଜାର ଟଙ୍କା ଲୁଟି ପଶ୍ଚିମବଙ୍ଗ ଆଡକୁ ପଳାଇଥିଲେ । ଏ ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ତାଳସାରି ଥାନାରେ ଅଭିଯୋଗ ଦାୟର କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରି ଟେକ୍ନିକାଲ ଟିମ ଓ ଦୁଇଟି ସ୍ୱତନ୍ତ୍ର ଟିମ ସହାୟତାରେ ଏପର୍ଯ୍ୟନ୍ତ ଛଅ ଜଣଙ୍କୁ ଗିରଫ କରିଛି । ପୁଲିସ ତଦନ୍ତ ବେଳେ ଏହି ଡକାୟତିରେ 10ରୁ 12 ଜଣ ସଂପୃକ୍ତ ଥିବା ଜଣାପଡିଥିଲା । ଗିରଫ ଅଭିଯୁକ୍ତମାନେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ବସ୍ତା ଶାଖା), ବ୍ୟାଙ୍କ ଅଫ ବରୋଦା (ବସ୍ତା ଶାଖା), ୟୁକେ ବ୍ୟାଙ୍କ ଭୋଗରାଇ ଶାଖା ଓ ୟୁନିୟନ ବ୍ୟାଙ୍କ ଚନ୍ଦନେଶ୍ୱର ଶାଖା ଡକାୟତି ମାମଲାରେ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଅମର କୁମାର ଦେ, ତପନ କୁମାର ଜେନା, ପପୁ ଦାସ (କମର୍ଦ୍ଦା ଥାନା ଅଞ୍ଚଳର), ପଶ୍ଚିମବଙ୍ଗର ଶାନ୍ତନୁ ମାଇତି (ଦାନ୍ତୁନ ଥାନା ଅଞ୍ଚଳ), ଉତ୍ତମ ରାଉତ (ଜଁପୁଟ ଉପକୂଳ ଥାନା ଅଞ୍ଚଳର) । ଏହି ଗ୍ୟାଙ୍କ ଓଡିଶାରେ 4ଟି ଓ ପଶ୍ଚିମବଙ୍ଗରେ ଛଅଟି ମାମଲାରେ ଜଡିତ ଅଛନ୍ତି ବୋଲି ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow