୭୭ତମ ସ୍ୱାଧୀନତା ଦିବସ ପାଳିତ: ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି - ମୁଖ୍ୟମନ୍ତ୍ରୀ

Aug 15, 2023 - 12:19
Aug 15, 2023 - 12:27
 0  8
୭୭ତମ ସ୍ୱାଧୀନତା ଦିବସ ପାଳିତ: ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି - ମୁଖ୍ୟମନ୍ତ୍ରୀ
୭୭ତମ ସ୍ୱାଧୀନତା ଦିବସ ପାଳିତ: ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି - ମୁଖ୍ୟମନ୍ତ୍ରୀ
୭୭ତମ ସ୍ୱାଧୀନତା ଦିବସ ପାଳିତ: ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି - ମୁଖ୍ୟମନ୍ତ୍ରୀ
୭୭ତମ ସ୍ୱାଧୀନତା ଦିବସ ପାଳିତ: ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ତା-୧୫-୦୮: ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ ବାହିନୀ, ଓଡ଼ିଶା ସ୍ୱତନ୍ତ୍ର ସୁରକ୍ଷା ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ବଳ, ଛତିଶଗଡ଼ ପୁଲିସ ଓ ପୁଲିସ ବ୍ୟାଣ୍ଡଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଥିଲେ ଯେ “ ଆଜି ୧୫ ଅଗଷ୍ଟ । ସ୍ୱାଧୀନତା ଦିବସ । ଏହି ପବିତ୍ର ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ମୋର   ସମ୍ମାନ ଜଣାଉଛି ।  ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର  ଯବାନମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା ।   ଏ ସଂଗ୍ରାମ ସମସ୍ତଙ୍କ ପାଇଁ  ପ୍ରେରଣା ଥିଲା ।  

ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ Space Research କ୍ଷେତ୍ରରେ ଭାରତର  ଗୌରବ ବୃଦ୍ଧି କରିଛି । ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି । ଶିକ୍ଷା, ସ୍ୱାସ୍ଥ୍ୟ, tourism, infrastructure ଆଦି ବିକାଶର ସବୁ କ୍ଷେତ୍ରରେ 5-T principleର application ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ, middle class, ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି ।

ଓଡିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି  । ସଶକ୍ତିକରଣ  ପାଇଁ  ଆର୍ଥିକ  ଅନ୍ତର୍ଭୁକ୍ତୀକରଣ ଜରୁରୀ  । ରାଜ୍ୟରେ 4373 unbanked panchayatରେ ରାଜ୍ୟ ସରକାର banking outlet ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା  ରାଜ୍ୟର ସବୁ ପଞ୍ଚାୟତ ର   ଲୋକ  ମାନେ  banking  ସେବା ପାଇପାରିବେ । ଏହାଦ୍ୱାରା  ସବୁଠାରୁ  ଅଧିକ  ଉପକାର ପାଇବେ  ବରିଷ୍ଠ  ନାଗରିକ  ,  ଆମର ମା  ମାନେ  ଏବଂ  physically challenged  ଭାଇ  ଭଉଣୀ  ମାନେ I ଆପଣ ଜାଣନ୍ତି, ମଧୁବାବୁ ପେନ୍‌ସନ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଆଜିଠାରୁ ନୂଆ beneficiary ମାନେ ପେନ୍‌ସନ ପାଇବେ ।   

ପ୍ରତି ଜୀବନ ମୂଲ୍ୟବାନ। ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏ ଦିଗରେ ସଫଳତାର ସହ ସେବା ଯୋଗାଉଛି। ଉତ୍ତମ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିଛି । BSKY ସ୍ୱାସ୍ଥ୍ୟ  ସେବା  କ୍ଷେତ୍ରରେ  ବଡ  ରୂପାନ୍ତର ଆଣିଛି  । ମା ମାନେ ହେଉଛନ୍ତି - face of development.  Mission Shakti ଆଜି ମା ମାନଙ୍କ Transformationର Engine ହୋଇଛି। ସେମାନେ ଏବେ ବିକାଶର next levelରେ ପହଞ୍ଚିଛନ୍ତି । ଚାଷୀ  ଆମର ଗୌରବ । ଚାଷୀର  ବିକାଶ  ସବୁବେଳେ  ଆମର  focus  ହୋଇ  ରହିଛି   । ଚାଷୀ  ଭାଇ  ର  ଫସଲ  ବୀମା premium ଦାୟିତ୍ଵ  ଏବେ ରାଜ୍ୟ  ସରକାର  ନେଇଛନ୍ତି  ।

ଯୁବ ସମାଜକୁ employable କରିବା ପାଇଁ ଆମେ ପ୍ରତିବର୍ଷ ଏକ ଲକ୍ଷ youth ମାନଙ୍କୁ NUA ଯୋଜନାରେ ତାଲିମ ଦେବୁ ।  ଜଗନ୍ନାଥ ସଂସ୍କୃତିର ସୁରକ୍ଷା   ସହ ପ୍ରତି ଗାଁ ରେ modern digital infrastructure ଭିତ୍ତିର ବିକାଶ ଆମର ଲକ୍ଷ୍ୟ । ଏଥିପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

ଗରିବ  ଲୋକ , ଚାଷୀ ,ମହିଳା,ଜନଜାତି, କଳାକାର, ଯୁବ  ସମାଜ   ସମାଜ ର  ସବୁ  ବର୍ଗର  ଲୋକଙ୍କୁ  ସାଥିରେ  ନେଇ  ଓଡିଶା  ଆଜି  ଆଗକୁ  ବଢୁଛି  । ସମସ୍ତ ଙ୍କ  ବିକାଶ  ହିଁ  ପ୍ରକୃତ ବିକାଶ  । ଆସନ୍ତୁ, ଏକ ସମୃଦ୍ଧ ଓଡିଶା, ଏକ transformed Odisha ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବା ।”

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ ଦେଓରଞ୍ଜନ କୁମାର ସିଂହ, ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର୍ ଜେ.ସୁରେଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେI

ଯୁବ ଆଇ.ପି.ଏସ୍. ଅଧିକାରୀ ଅଙ୍କିତ କୁମାର ବର୍ମା ପରେଡ଼୍ କମାଣ୍ଡର ଓ ଡେପୁଟି କମାଣ୍ଡାଣ୍ଟ, ଓ.ଆଇ.ଏସ.ଏଫ୍ ଲଳିତେନ୍ଦୁ ମହାନ୍ତି ଦ୍ୱିତୀୟ କମାଣ୍ଡର ଭାବେ ଉପରୋକ୍ତ ବାହିନୀମାନଙ୍କୁ ପରିଚାଳନା କରିଥିଲେ I ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ୫ ଟି ସଚିବ ଭି.କେ.ପାଣ୍ଡିଆନ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ବରିଷ୍ଠ ସରକାରୀ ଅଧିକାରୀ,  ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଓ ଜନସାଧାରଣ ଏହି ସମାରୋହରେ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ଲୋକସମ୍ପର୍କ ଅଧିକାରିଣୀ ସ୍ୱାତୀ ସ୍ନିଗ୍ଧା ସୁଆର, ରୋଜାଲିନ ସାହୁ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ପୂର୍ତ୍ତ ବିଭାଗ, ଭୁବନେଶ୍ୱର ମହାନଗର ନିକମ, ୱାଟକୋଙ୍କ ସମେତ ଅନ୍ୟାନ୍ୟ ବିଭାଗ ଏହି ସମାରୋହକୁ ସଫଳ ରୂପାୟନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗ ଓ ସ୍ୱରାଷ୍ଟ୍ର ବିଭାଗକୁ ପୂର୍ଣ୍ଣ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow