ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଲେ 7532 କୋଟି ଟଙ୍କା

Jul 12, 2023 - 07:30
Jul 13, 2023 - 07:31
 0  6
ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଲେ 7532 କୋଟି ଟଙ୍କା
ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଲେ 7532 କୋଟି ଟଙ୍କା

ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଲେ 7532 କୋଟି ଟଙ୍କା
ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ବୁଧବାର 22ଟି ରାଜ୍ୟ ପାଇଁ 7532 କୋଟି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପ୍ରଦାନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ଏହି ଅର୍ଥ ପ୍ରଦାନ କରାଯାଇଛି । ଏଥିରେ ମହାରାଷ୍ଟ୍ରକୁ ସର୍ବାଧିକ 1420 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡିଶାକୁ 770.60 କୋଟି ଟଙ୍କା ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନିର୍ଦ୍ଦେଶାବଳୀ କୋହଳ କରାଯାଇଛି ଓ ଗତ ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଥିବା ଟଙ୍କାର ବିନିଯୋଗ ପ୍ରମାଣପତ୍ରକୁ ଅପେକ୍ଷା ନକରି ତୁରନ୍ତ ଅର୍ଥ ମଂଜୁର କରାଯାଇଛି ।

What's Your Reaction?

like

dislike

love

funny

angry

sad

wow