୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

Jul 12, 2023 - 07:32
Jul 13, 2023 - 07:32
 0  6
୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ
୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ
ବଙ୍ଗୋପସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସମୁଦ୍ର ପତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହିପରି ମୌସୁମୀ ନିମ୍ନ ଚାପ ରେଖା ବୁଧବାର ରାଜସ୍ଥାନର ବିକାନେରରୁ ବାହାରି ଗ୍ୱାଲିୟର, ସିଦ୍ଧି, ଗୟା ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ଉତ୍ତର-ପୂର୍ବ-ଦିଗରେ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୬ ମିମି ତୁଳନାରେ ୩୭ ପ୍ରତିଶତ କମ ରହିଛି । ତେବେ, ବଙ୍ଗୋପ ସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଜୁଲାଇ ୧୩, ଗୁରୁବାର ଅପରାହ୍ନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ବର୍ଷାର ପରିମାଣ ୭ରୁ ୧୧ ମିମି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଉଛି । ତେଣୁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

What's Your Reaction?

like

dislike

love

funny

angry

sad

wow