ପ୍ରତି ମାସରେ ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା ହେବ: ଓଇଆରସି

Jul 12, 2023 - 07:27
Jul 13, 2023 - 07:27
 0  7
ପ୍ରତି ମାସରେ ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା ହେବ: ଓଇଆରସି
ପ୍ରତି ମାସରେ ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା ହେବ: ଓଇଆରସି

ପ୍ରତି ମାସରେ ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା ହେବ: ଓଇଆରସି
ବିଦ୍ୟୁତ୍‌ ବିଭ୍ରାଟ ରୋକିବା ପାଇଁ ଓଇଆରସି ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି । ଟାଟା ପାୱାରର ବାର୍ଷିକ କାର୍ଯ୍ୟ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ ପ୍ରତି ମାସରେ ବିଭିନ୍ନ ଡିସକମ୍ (ବିଦ୍ୟୁତ ବିତରଣ କମ୍ପାନି) ବୁଲି ଟାଟା ପାୱାର କାର୍ଯ୍ୟ ସମୀକ୍ଷା କରିବେ । ଭିତ୍ତିଭୂମି ବିକାଶ ତଥା ରକ୍ଷଣାବେକ୍ଷଣ ପାଇଁ ପ୍ରଦାନ କରାଯାଇଥିବା ୧୯ ଶହ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ ହେବ । ଓଇଆରସି ତଦାରଖରେ ଏହି ଅଡିଟ ହେବ ବୋଲି ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି । ଭିତ୍ତିଭୂମି ବାବଦରେ ଆଗାମୀ ପାଞ୍ଚ ବର୍ଷରେ ୫ ହଜାର ୬୦୦ କୋଟି ଟଙ୍କା ଟାଟା ପାୱାରକୁ ଦିଆଯିବ । ଏଥିରୁ ୧୯୦୦ କୋଟି ଟଙ୍କା ଟାଟା ପାୱାର ଖର୍ଚ୍ଚ କରିଛି । ଅନ୍ୟପଟରେ ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅରବିନ୍ଦ ସିଂ କହିଛନ୍ତି, କାଳବୈଶାଖୀ ଯୋଗୁଁ ବାରମ୍ବାର ପାୱାର ଟ୍ରିପ ହୋଇଛି । ଚଳିତ ବର୍ଷ ୨୩୭ଟି କାଳବୈଶାଖୀ ହୋଇଛି । ବିତରଣ ବ୍ୟବସ୍ଥା ସୁଧାରିବା ପାଇଁ ଆମେ ଚେଷ୍ଟା କରୁଛୁ । ଆଗାମୀ ବର୍ଷର ଟାସ୍କ ପୂରଣ ପାଇଁ କାମ କରିବୁ । ଏବେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି । ଯଥେଷ୍ଟ ମାନବ ସମ୍ବଳ ଥିବାରୁ ଭବିଷ୍ୟତରେ ଉନ୍ନତ ସେବା ମିଳିବ ।

What's Your Reaction?

like

dislike

love

funny

angry

sad

wow