କୋଇଲା ଖଣି ନିଲାମୀରୁ ରାଜ୍ୟକୁ ମିଳିଲା ପ୍ରଥମ କିସ୍ତି

Aug 3, 2023 - 09:19
Aug 4, 2023 - 09:19
 0  5
କୋଇଲା ଖଣି ନିଲାମୀରୁ ରାଜ୍ୟକୁ ମିଳିଲା ପ୍ରଥମ କିସ୍ତି
କୋଇଲା ଖଣି ନିଲାମୀରୁ ରାଜ୍ୟକୁ ମିଳିଲା ପ୍ରଥମ କିସ୍ତି

କୋଇଲା ଖଣି ନିଲାମୀରୁ ରାଜ୍ୟକୁ ମିଳିଲା ପ୍ରଥମ କିସ୍ତି
କୋଇଲା ଖଣି ନିଲାମୀରୁ ଅଗ୍ରୀମ ଭାବେ ମିଳିଥିବା 704 କୋଟି ଟଙ୍କା ଛଅଟି ରାଜ୍ୟ ଯଥା- ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ପଶ୍ଚିମବଙ୍ଗକୁ ପ୍ରଦାନ କରାଯାଇଛି । 18ଟି କୋଇଲା ଖଣିର ଅଗ୍ରୀମ ରାଶିର ପ୍ରଥମ କିସ୍ତି ଭାବେ କୋଇଲା ମନ୍ତ୍ରଣାଳୟଙ୍କ ପକ୍ଷରୁ 704 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାରେ ଓଡିଶାକୁ 199 କୋଟି, ଛତିଶଗଡକୁ 147 କୋଟି, ଝାଡଖଣ୍ଡକୁ 130 କୋଟି, ମଧ୍ୟପ୍ରଦେଶକୁ 188 କୋଟି, ମହାରାଷ୍ଟ୍ରକୁ 18 କୋଟି ଓ ପଶ୍ଚିମବଙ୍ଗକୁ 18 କୋଟି ଟଙ୍କା ପ୍ରଦାନ କରାଯାଇଛି । କୋଇଲା ଖଣି ବିକାଶ ଓ ଉତ୍ପାଦନ ରାଜିନାମା (ସିଏମଡିପିଏ)ରେ ସଂସ୍କାର ଯୋଗୁଁ ଏହି ଅର୍ଥ ମିଳିପାରିଛି । ସିଏମଡିପିଏ ଅନୁଯାୟୀ, ସଫଳତାର ସହ ନିଲାମଧାରୀମାନେ କୋଇଲା ମନ୍ତ୍ରଣାଳୟଙ୍କ ନିକଟରେ ଅଗ୍ରୀମ ରାଶିର ପ୍ରଥମ କିସ୍ତି ଜମା କରିଛନ୍ତି । ଉଲ୍ଲେଖଯୋଗ୍ୟ, ନିଲାମଧାରୀମାନେ ବାକି ତିନିଟି କିସ୍ତି ସିଧାସଳଖ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରିବେ ।

What's Your Reaction?

like

dislike

love

funny

angry

sad

wow