ହୋମିଓପ୍ୟାଥି ଓ ଆୟୁର୍ବେଦ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଏମ୍‌.ଏସ୍‌.ସି.ର ସମର୍ଥନ

Sep 7, 2023 - 17:57
 0  13
ହୋମିଓପ୍ୟାଥି ଓ ଆୟୁର୍ବେଦ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଏମ୍‌.ଏସ୍‌.ସି.ର ସମର୍ଥନ

ଅଗଷ୍ଟ ଠାରୁ ଅଲ୍ ଓଡିଶା ଆୟୁଷ ଷ୍ଟୁଡେଣ୍ଟସ୍ ଆସୋସିଏସନ ପକ୍ଷରୁ ଆମ ରାଜ୍ୟର ୪ଟି ସରକାରୀ ହୋମିଓପ୍ୟାଥିକ ଓ ୩ଟି ସରକାରୀ ଆୟୁର୍ବେଦିକ ମେଡିକାଲ୍ କଲେଜରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ମେଡିକାଲ ସର୍ଭିସ ସେଣ୍ଟର(ଏମ୍‌.ଏସ୍‌.ସି.) ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ ସମର୍ଥନ ଜଣାଯାଉ ଅଛି । ପ୍ରକାଶ ଥାଉକି ରାଜ୍ୟରେ ୨୦୦୨ ମସିହା ପରଠାରୁ ଦୀର୍ଘ ୨୧ ବର୍ଷ ମଧ୍ୟରେ ଗୋଟିଏ ବି ନୂତନ ସରକାରୀ ହୋମିଓପ୍ୟାଥିକ କିମ୍ବା ଆୟୁର୍ବେଦିକ ଚିକିତ୍ସାଳୟ ଖୋଲା ଯାଇନାହିଁ । ଏବେ ସାରା ରାଜ୍ୟରେ ମାତ୍ର ୫୬୨ ହୋମିଓପ୍ୟାଥିକ ଓ ୬୧୯ ଆୟୁର୍ବେଦିକ ଡିସ୍‌ପେନ୍‌ସାରୀ ଚାଲୁଅଛୁ । ଇତି ମଧ୍ୟରେ ରାଜ୍ୟରେ ଜନସଂଖ୍ୟା ବହୁଗୁଣିତ ହୋଇଥିବା ବେଳେ, ସେମାନଙ୍କ ପାଖରେ ଆୟୁଷ୍ ଚିକିତ୍ସାର ସୁଯୋଗ ପହଞ୍ଚାଇବା ତଥା ଆୟୁଷ ଶିକ୍ଷା ଓ ଚିକିତ୍ସାର ମାନ ଓ ଚାହିଦା ବଢ଼ାଇବା ପାଇଁ ନୂତନ ସରକାରୀ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡିସ୍‌ପେନ୍‌ସାରୀ, ପ୍ରତି ପଂଚାୟତ ସ୍ତରରେ ଖୋଲାଯିବାର ଆବଶ୍ୟକତା ଅଛି ବୋଲି ଆମ୍ଭେ ମନେକରୁ ।ତେଣୁ ସାରା ଓଡିଶା ଆୟୁଷ ଛାତ୍ରଛାତ୍ରୀ ମାନଙ୍କର ଦାବିକୁ ରାଜ୍ୟ ସରକାର ଅତ୍ୟନ୍ତ ସହୃଦୟତାର ସହ ବିଚାର କରି ଏବଂ ଜନସାଧାରଣଙ୍କର ବୃହତ୍ତର ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗକୁ ଦୃଷ୍ଟିରେ ରଖି ଅବିଳମ୍ବେ ନୂତନ ୫୦୦ ହୋମିଓପ୍ୟାଥିକ ଓ ୫୦୦ ଆୟୁର୍ବେଦିକ ଡିସ୍‌ପେନ୍‌ସାରୀ ଖୋଲିବାର ନିଷ୍ପତ୍ତି ନେବା ପାଇଁ ମେଡିକାଲ ସର୍ଭିସ ସେଣ୍ଟର ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଭାପତି ତଥା ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ସୁରଜିତ୍ ସାହୁ, ରାଜ୍ୟ ଅଫିସ ସଂପାଦକ ଡା. ସଂଗ୍ରାମ କେଶରୀ ବ୍ରହ୍ମ, ଯୁଗ୍ମ ସଂପାଦକ ଡା. ପଞ୍ଚାନନ ପ୍ରଧାନ, ଡା. ସଂଜୟ କୁମାର ମଲିକ୍‌, ଡା. ମନୋରଞ୍ଜନ ମହାକୁର ଓ ଡା. ପ୍ରାଜ୍ଞ ଅନିର୍ବାଣ ଏକ ପ୍ରେସ ବିବୃତି ମାଧ୍ୟମରେ ସରକାରଙ୍କ ପାଖରେ ଦାବି ରଖିଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.