ଉତ୍କେଲାରୁ ଉଡିବ ବିମାନ 

Aug 7, 2023 - 07:43
Aug 8, 2023 - 07:43
 0  5
ଉତ୍କେଲାରୁ ଉଡିବ ବିମାନ 

ଉତ୍କେଲାରୁ ଉଡିବ ବିମାନ 
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗାଁର ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ସୋମବାର ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ପକ୍ଷରୁ ଅନୁମତି ମିଳିଛି । ଉତ୍କେଲା ବିମାନ ବନ୍ଦରକୁ ଡିଜିସିଏ ଲାଇସେନ୍ସ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟ୍ୱିଟ କରିଛନ୍ତି । ଉତ୍କେଲାରୁ ଭୁବନେଶ୍ୱର ଖୁବଶୀଘ୍ର ଉଡ଼ାଣ ଆରମ୍ଭ ହେବ । ଏହାଦ୍ୱାରା ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଲାଇସେନ୍ସ ମିଳିବା ପରେ ଖୁବ୍‌ ଶୀଘ୍ର ଉତ୍କେଲାରୁ ଭୁବନେଶ୍ୱର ବିମାନ ଉଡ଼ିବ । ଏହାଦ୍ୱାରା ଅଞ୍ଚଳର ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow