ଏସ୍‌ଟିଏ କ୍ରିପ୍ଟୋ ଟୋକେନର ମୁଖ୍ୟ ଇଓଡବ୍ଲୁ ଦ୍ୱାରା ଗିରଫ

Aug 7, 2023 - 07:45
Aug 8, 2023 - 07:45
 0  3
ଏସ୍‌ଟିଏ କ୍ରିପ୍ଟୋ ଟୋକେନର ମୁଖ୍ୟ ଇଓଡବ୍ଲୁ ଦ୍ୱାରା ଗିରଫ
ଏସ୍‌ଟିଏ କ୍ରିପ୍ଟୋ ଟୋକେନର ମୁଖ୍ୟ ଇଓଡବ୍ଲୁ ଦ୍ୱାରା ଗିରଫ

ଏସ୍‌ଟିଏ କ୍ରିପ୍ଟୋ ଟୋକେନର ମୁଖ୍ୟ ଇଓଡବ୍ଲୁ ଦ୍ୱାରା ଗିରଫ
ଓଡିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) କ୍ରିପଟୋ ମାଇନିଂ ଜରିଆରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ହଜାର କୋଟି ଟଙ୍କା ଠକି ନେଇଥିବା “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ମୁଖ୍ୟ ଗୁରତେଜ ସିଂହ ସିନ୍ଧୁକୁ ରାଜସ୍ଥାନର ଶ୍ରୀଗଙ୍ଗାନଗରରୁ ଗିରଫ କରାଯାଇଛି । ସିନ୍ଧୁ ସହିତ ଏହି ସଂସ୍ଥାର ଓଡିଶା ମୁଖ୍ୟ ନୀରୋଦ ଦାସ ମଧ୍ୟ ଗିରଫ ହୋଇଛି । ସ୍ଥାନୀୟ କୋର୍ଟରେ ତାକୁ ହାଜର କରାଇବା ପରେ ଅଦାଲତ ୭ ଦିନ ରିମାଣ୍ଡରେ ଓଡିଶା ଆଣିବା ପାଇଁ ଅନୁମତି ଦେଇଛନ୍ତି । ଅର୍ଥନୈତିକ ଅପରାଧ ଶାଖାର ଡିଏସପି ସସ୍ମିତା ସାହୁଙ୍କ ନେତୃତ୍ୱରେ ଗଠିତ ଦଳ ଏମାନଙ୍କୁ ଠାବ କରି ଗିରଫ କରିବାରେ ସକ୍ଷମ ହୋଇଛି । ଏସଟିଏ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇନଥିବା ବେଳେ ଏହା ବେଆଇନ ଭାବେ ପୋଞ୍ଜି ରାକେଟ ଚଳାଉଥିଲା । ସୂଚନାଯୋଗ୍ୟ, ଦେଶର ଦୁଇ ଲକ୍ଷ ଲୋକଙ୍କ ଠାରୁ ଏହି ସଂସ୍ଥା ୧ ହଜାର କୋଟି ଟଙ୍କା ଠକିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦ ହଜାରରୁ ଅଧିକ ଲୋକ ପ୍ରାୟ ୩୦ କୋଟି ଟଙ୍କା ଏହି ଠକେଇର ଶିକାର ହୋଇଛନ୍ତି ।

What's Your Reaction?

like

dislike

love

funny

angry

sad

wow