ବଢି ଚାଳିଛି ଦାଦନ ଯନ୍ତ୍ରଣା : ଅକାଳରେ ଯାଉଛି ନିରୀହ ଜୀବନ

Jul 15, 2023 - 13:31
 0  7
ବଢି ଚାଳିଛି ଦାଦନ ଯନ୍ତ୍ରଣା : ଅକାଳରେ ଯାଉଛି ନିରୀହ ଜୀବନ

ରାଜ୍ୟରୁ କମିବାର ନା​‌ ଧରୁନି ଦାଦନ ଯନ୍ତ୍ରଣା। ରୋଜଗାର ଆଶାରେ ରାଜ୍ୟ ବାହାରକୁ ଯାଇ ନିରୀହ ଲୋକଙ୍କ ପ୍ରାଣ ବାଜିରେ ଲଶଗୁଛି। କେବଳ ଗଞ୍ଜାମ ଜିଲ୍ଲାରୁ ୫ ମାସରେ ୨୩ ମଲେଣି। କିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଦାଦନଙ୍କ ମୃତ୍ୟୁ, ଜମ୍ମୁରୁ ଫେରିବା ବେଳେ ଟ୍ରେନ୍‌ରୁ ଠେଲିଦେଲେ ଗତ ୫ ମାସରେ ଗଞ୍ଜାମ ଜିଲ୍ଲାର ୨୩ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଛି। ଏହି ଧାରାରେ ଗୁରୁବାର ଦିନ ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ମୃତ୍ୟୁ। ଭିଟାମାଟିକୁ ଫେରୁଥିବା ବେଳେ ପୁଣି ଜଣେ ଦାଦନଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ବାବାଜୀ ଗୌଡ଼ଙ୍କ ବଡ଼ପୁଅ କୈଳାସ ଗୌଡ଼(୪୨)।

ସୂଚନା ଅନୁସାରେ କୈଳାସ ଦିନ ମଜୁରିଆ ଭାବେ ଜମ୍ମୁରେ କାର୍ଯ୍ୟ କରୁଥିଲେ। ଗତ ମାସରେ ଟ୍ରେନ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଅନୁଗୁଳ ରେଳ ଷ୍ଟେସନ୍‌ରେ ଜୁନ ୨୭ ରାତିରେ କିଛି ଦୁର୍ବୃତ୍ତ ଟ୍ରେନ୍‌ ଭିତରେ ତାଙ୍କ ସହ ଝଗଡ଼ା କରିବା ସହିତ ଟଙ୍କା ପଇସା ଛଡ଼ାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ଅତ୍ୟନ୍ତ ଅମାନୁଷିକ ଭାବେ ତାଙ୍କ ଗୋଡ଼ହାତ ବାନ୍ଧି ଚଳନ୍ତା ଟ୍ରେନ୍‌ରୁ ତଳକୁ ଠେଲିଦେଇଥିଲେ।ଟ୍ରେନ ଲାଇନରେ ପଡ଼ିଯିବାରୁ କୈଳାସଙ୍କ ଦୁଇ ଗୋଡ଼ କଟିଯାଇଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ କଟକ ମେଡିକାଲକୁ ଆଣି ଦୀର୍ଘ ୧୬ ଦିନ ଚିକିତ୍ସା କରାଇଥିଲେ ହେଁ ଗୁରୁବାର ଦିନ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଗତରାତିରେ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବାବାଜୀଙ୍କ ୩ ପୁଅଙ୍କ ମଧ୍ୟରେ କୈଳାସ ବଡ଼। ମାସେ ତଳେ ସାନ ପୁଅ ପୀତବାସଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଏବେ କୈଳାସଙ୍କ ମୃତ୍ୟୁ ପରେ ସାରା ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.