ସାପ ବିଷ ବେପାର, ୨୫ଟ ବିଷଧର ନାଗ ସାପ ଉଦ୍ଧାର, ୩ ଗିରଫ

Snake poison trade, 25 poisonous snakes rescued, 3 arrested

Aug 16, 2023 - 14:49
 0  2
ସାପ ବିଷ ବେପାର, ୨୫ଟ ବିଷଧର ନାଗ ସାପ ଉଦ୍ଧାର, ୩ ଗିରଫ

ବାଲେଶ୍ୱର ବାଲିଆପାଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସାପ ବିଷ ରାକେଟର ପର୍ଦ୍ଦାଫାସ କରିବା ସହ ପୋଲିସ ୨୫ଟି ନାଗ ସାପ ଉଦ୍ଧାର କରିଛି। ଏଥିସହ ୩ ଜଣଙ୍କୁ ଗିରଫ କରିଛି। ଯାହା ବର୍ତ୍ତମାନ ରେଡ ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଆଉ ନିଶା ନୁହେଁ କି ଗଞ୍ଜେଇ ବ୍ରାଉନସୁଗାର ନୁହେଁ ଏବେ ଚାଲିଛି ସାପ ବିଷ ବେପାର। ନାଗସାପ ବିଷରେ ଚାଲିଛି ବେପାର । ସାପ ବିଷ କୁ କିଛି ଦଲାଲ ଦେଉଛି ବଢ଼ିଆ ରୋଜଗାର। ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ। ବର୍ତ୍ତମାନ ସହରରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ରହିଛନ୍ତି ।

ବାଲେଶ୍ୱର ବନଖଣ୍ଡରେ ଏକ ଭୟାନକ ରାକେଟର ପର୍ଦ୍ଦାଫାସ ହୋଇଛି । ନାଗସାପ ବିଷ ରାକେଟକୁ ସର୍ବସମ୍ମୁଖକୁ ଆଣିଛି ବନ ବିଭାଗ । ବାଲିଆପାଳ ପଞ୍ଚପଲ୍ଲୀରେ ରେଡ୍ କରି ବନ ବିଭାଗ ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି । ଚଢାଉରେ ଏହି ମାମଲାରେ ମୋଟ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି । ଏହାବ୍ୟତୀତ ଘଟଣାସ୍ଥଳରୁ ୨୫ଟି ବିଷଧର ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି । ବାଲେଶ୍ୱର ବନଖଣ୍ଡ ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି ।

ନାଗ ସାପ ଦେହରୁ ବିଷ ବାହାର କରି ଏହାକୁ କଳାବଜାରୀ କରୁଥିଲା ଏହି ରାକେଟ । ତେବେ ଏହି ରାକେଟ କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ଏହାର ଚେର ରାଜ୍ୟ ବାହାରକୁ ମଧ୍ୟ ଲମ୍ବି ରହିଥିବା ନେଇ ବନ ବିଭାଗ ଆଶଙ୍କା କରୁଛି । ତେଣୁ ମାମଲାକୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ବନ ବିଭାଗର ଏକ ଟିମ୍ । ଖୁବଶୀଘ୍ର ଏଭଳି ଏକ ଭୟାନକ ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.