ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ

Srimandir Jagmohan and Nathmandap in critical condition

Aug 16, 2023 - 13:31
Aug 16, 2023 - 14:54
 0  6
ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ

ଶ୍ରୀମନ୍ଦିରର ନାଟମଣ୍ଡପ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ତୁରନ୍ତ ମରାମତି ନହେଲେ ବଡ଼ ଧରଣର କ୍ଷତି ଘଟିବ। ଏନେଇ ଆମିକସ୍କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରେ ଏଭଳି ତଥ୍ୟ ଦେବା ପରେ ଚର୍ଚ୍ଚା ବଢ଼ିିଛି। ନାଟମଣ୍ଡପ ଉପର ପାର୍ଶ୍ୱରେ ଥିବା ପଥର ମଧ୍ୟରେ ଫାଙ୍କ ରହିଛି। ଜଗମୋହନ ପାଖେ ଥିବା ମୁଖ୍ୟ ବିମଟି ପ୍ରାୟ ନଷ୍ଟ ହୋଇସାରିଛି । ଯାହା ମରାମତି ଆବଶ୍ୟକ ରହିଛି । ନଚେତ କେତେବେଳେ ବଡ଼ ଧରଣର କ୍ଷତି ଘଟିପାରେ । ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ହାଇକୋର୍ଟ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ଏଏସଆଇ ଜଗମୋହନ ଓ ନାଟମଣ୍ଡପ ମରାମତି କାମ ସାରିଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିସାରିଥିଲେ । ଗତକାଲି ଆମିକସକ୍ୟୁରୀ ଜଗମୋହନ ଓ ନାଟମଣ୍ଡପ ମରାମତି ଶୀଘ୍ର ଆବଶ୍ୟକ ବାଲି ଷ୍ଟାଟସ ରିପୋର୍ଟ ଦେବା ପରେ ଏବେ ଚର୍ଚ୍ଚା ବଢ଼ିଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.