ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି

Aug 1, 2023 - 17:15
 0  2
ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି

ବହୁ ବାଦ ବିବାଦ ପରେ ଶେଷରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ   ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ତେବେ ଅପେକ୍ଷାର ଅନ୍ତ ଘଟିଛି ଆସନ୍ତା ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି କରାଯିବବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି ତେଣୁ ଆସନ୍ତା ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛିଶ୍ରୀମନ୍ଦିର ପ୍ରଶାସନ ସେବାୟତ ବିବାଦ କାରଣରୁ ଦିନକୁ ଦିନ ମଳିନ ପଡ଼ିଆସୁଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଆସନ୍ତା ବୁଧବାର ହେବ

ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ସତ୍ୟପାଠ ଶେଷଥର ପାଇଁ ଗତ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକର ହିସାବ କରାଯାଇଥିଲା ଏଥିରେ ପାଖାପାଖି ଦେଢ଼ କ୍ୱିଣ୍ଟାଲ ସୁନା ଅର୍ଥାତ ୧୪୯ କେଜି ୪୬୦ ଗ୍ରାମ ଏବଂ ୧୮୪ କେଜି ରୂପା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାରରେ ମୋଟ ୩ଟି କକ୍ଷ ରହିଛି ଭିତର ରତ୍ନଭଣ୍ଡାରରରେ ରହିଥିବା ଅଳଙ୍କାର ଗୁଡ଼ିକ କେବେବି ବ୍ୟବହାର କରାଯାଏନାହିଁ ସେହିପରି ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକ ପର୍ବ ପର୍ବାଣୀରେ ବ୍ୟବହାର କରାଯାଇଥାଏ ତେବେ ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରର ଅଳଙ୍କାର ବ୍ୟବହାର ହୋଇଥାଏ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ଥିବା ବେଳେ ୧୩୪ କେଜି ୫୦ ଗ୍ରାମର ରୂପା ଅଳଙ୍କାର ରହିଛି ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ଗ୍ରାମ ସୁନା ଏବଂ ୧୯ କେଜି ୪୮୦ ଗ୍ରାମର ରୂପା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଯାଇଛି

ସେହିପରି ମହାପ୍ରଭୁଙ୍କ ନିତିଦିନିଆ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ କେଜି ୪୮୦ ଗ୍ରାମର ସୁନା ଏବଂ ୩୦ କେଜି ୩୫୦ ଗ୍ରାମର ରୂପା ଅଳଙ୍କାର ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ଏପଟେ ଏହା ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଭଲ ନଥିବାରୁ ଏହାକୁ ଖୋଲିବା ଲାଗି ପୁରୀ ଗଜପତି ମହାରାଜ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଭଳି ପ୍ରମୁଖ ସେବାୟତ ମଧ୍ୟ ଦାବି କରିଥିଲେ

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.