ଚୀନା ଅଭିଯୁକ୍ତ ବିରୋଧରେ ଲୁକ୍ ଆଉଟ ସରକୁଲାର ଜାରି
ଚୀନା ଅଭିଯୁକ୍ତ ବିରୋଧରେ ଲୁକ୍ ଆଉଟ ସରକୁଲାର ଜାରି
ଜଣେ ଫେରାର ଚୀନା ଅଭିଯୁକ୍ତ ବିରୋଧରେ ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଲୁକ ଆଉଟ ସରକୁଲାର ଜାରି କରିଛନ୍ତି । ଫେରାର ଥିବା ଅଭିଯୁକ୍ତର ନାମ ଗୁଆନହ୍ୱନ୍ ୱାଙ୍ଗ । ପ୍ୟାନ୍ ଇଣ୍ଡିଆ ଅନଲାଇନ୍ ପଞ୍ଜି ସ୍କାମ୍ ଜରିଆରେ ୧୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତର ବୟସ ୪୦ ବର୍ଷ ହୋଇଥିବାବେଳେ ଘର ଚୀନର ହାଙ୍ଗଝୋଉ ବୋଲି ଜଣାପଡିଛି । ଅଭିଯୁକ୍ତ ବେଟେକ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ଗଢି ୨୦୧୯ ରୁ ୨୦୨୦ ମଧ୍ୟରେ ଅଭିଯୁକ୍ତ ୬ଥର ଭାରତ ଆସିଥିଲା । ତା’ପର ଠାରୁ ଚୀନରେ ରହି ଭାରତର ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ କରି ବ୍ୟାପକ ଠକେଇ କରିଥିଲା ।
What's Your Reaction?