କଲମା ବ୍ୟାରେଜ ଜଳ ନିଷ୍କାସନ ବଢ଼ାଉଛି ହୀରାକୁଦ ଜଳସ୍ତର

Jul 6, 2023 - 12:45
 0  5
କଲମା ବ୍ୟାରେଜ ଜଳ ନିଷ୍କାସନ ବଢ଼ାଉଛି  ହୀରାକୁଦ  ଜଳସ୍ତର

ଛତିଶଗଡ଼ରେ ଲଗାଣ ବର୍ଷା ପରେ ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‌ ଖୋଲି ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରିଛନ୍ତି। କଲମାର ଗେଟ୍‌ ଖୋଲିବା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ଯଥେଷ୍ଟ ବୃଦ୍ଧି ପାଇଛି। ଜଳଭଣ୍ଡାର ପତନ ଏବେ ୬୦୫.୫୪ ଫୁଟ୍ ରହିଛି । ଫଳରେ ହୀରାକୁଦ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଅଧିକ ଜଳ ନିଷ୍କାସନ ଆରମ୍ଭ କରିଛି। ଯାହା ଦ୍ୱାରା ଜଳ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ମେ’ ଓ ଜୁନ୍ ମାସରେ ଜଳ ଅଭାବରୁ ବିଦ୍ୟୁତ୍ ଉତ୍ପାଦନ କମିଥିଲା।

ଅଣମୌସୁମୀ ସମୟରେ ଖରାଦିନେ ହାରାହାରି ଦୈନିକ ୬୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ। ହେଲେ ଜୁନ୍ ୨୬ ପରେ ବଢିଛି ରେକର୍ଡ ସଂଖ୍ୟକ ବିଦ୍ୟୁତ୍ ଉତ୍ପାଦନ। ଜୁନ୍ ୨୫ରେ ମାତ୍ର ୪ ହଜାର କ୍ୟୁସେକ୍ ପାଣି ଆସିଥିବା ବେଳେ ଜୁନ୍ ୨୬ରେ ୪୪ ହଜାର ୨୨୫ କ୍ୟୁସେକ୍ ପାଣି ଆସିଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ହୀରାକୁଦକୁ ୧ ଲକ୍ଷ ୨୩ ହଜାର କ୍ୟୁସେକ୍ ପାଣି ଆସିଥିଲା। ଯାହା ଫଳରେ ରେକର୍ଡ ସଂଖ୍ୟକ ବିଦ୍ୟୁତ ଉତ୍ପାଦ ହୋଇଛି। 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.