୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଡଲାର ଛୁଇଁବ ଭାରତର ଇଣ୍ଟରନେଟ ଅର୍ଥନୀତି

Jun 6, 2023 - 13:09
Jun 7, 2023 - 13:14
 0  571
୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଡଲାର ଛୁଇଁବ ଭାରତର ଇଣ୍ଟରନେଟ ଅର୍ଥନୀତି

୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଡଲାର ଛୁଇଁବ ଭାରତର ଇଣ୍ଟରନେଟ ଅର୍ଥନୀତି
ଭାରତର ଇଣ୍ଟରନେଟ ଅର୍ଥନୀତି ଛଅ ଗୁଣ ବୃଦ୍ଧି ପାଇ ୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଡଲାରରେ ପହଞ୍ଚିବ । ଇ-କମର୍ସର ଚାହିଦା ବଢୁଥିବାରୁ ଇଣ୍ଟରନେଟ ଅର୍ଥନୀତି ବୃଦ୍ଧି ପାଇବ ବୋଲି ଗୁଗୁଲ, ତେମାସେକ ଓ ବେନ ଆଣ୍ଡ କମ୍ପାନୀ ରିପୋର୍ଟରୁ ଜଣାପଡିଛି । ଭାରତ ଏବେ ଡିଜିଟାଲ ଦଶନ୍ଧି ଆଡକୁ ଅଗ୍ରସର ହେଉଥିବାରୁ ଖାଉଟି ଓ ବିକ୍ରେତାମାନେ ଅଧିକରୁ ଅଧିକ ଇଣ୍ଟରନେଟ ଅର୍ଥନୀତି ଉପରେ ନିର୍ଭରଶୀଳ ହେଉଛନ୍ତି । ଭାରତରେ ଏବେ ୭ ଶହ ମିଲିୟନରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୩୫୦ ମିଲିୟନ ବ୍ୟବହାରକାରୀ ଡିଜିଟାଲ ଦେଣନେଣ କରୁଥିବା ବେଳେ ୨୨୦ ମିଲିୟନ ଇଣ୍ଟରନେଟ ବ୍ୟବହାରକାରୀ ଅନଲାଇନରେ କିଣାକିଣି କରନ୍ତି । ୨୦୨୨ରେ ଭାରତର ଇଣ୍ଟରନେଟ ଅର୍ଥନୀତି ୧୫୫ରୁ ୧୭୫ ବିଲିୟନ ଡଲାର ମଧ୍ୟରେ ଥିଲା । ତେବେ ଅପେକ୍ଷାକୃତ ଛୋଟ ସହରଗୁଡିକରେ ଇଣ୍ଟରନେଟ ସୁବିଧାରେ ଉପଲବ୍ଧ ହେଉଥିବାରୁ ସେଠାରେ ଅନଲାଇନ କିଣାକିଣି ବୃଦ୍ଧି ପାଇବାରେ ଲାଗିଛି । ଖାଉଟି ଓ ବିକ୍ରେତାମାନେ ଡିଜିଟାଲ ଉପକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଷ୍ଟାର୍ଟ ଅପ କମ୍ପାନୀଗୁଡିକ ଇଣ୍ଟରନେଟ ଅର୍ଥନୀତିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow