ଓଜେଇଇ ପରୀକ୍ଷାଫଳ ପ୍ରକାଶିତ

ଓଜେଇଇ (ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ଶୁକ୍ରବାର ପ୍ରକାଶିତ ହୋଇଛି ।

Jun 6, 2023 - 07:26
 0  591
ଓଜେଇଇ ପରୀକ୍ଷାଫଳ ପ୍ରକାଶିତ

ଓଜେଇଇ (ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ଶୁକ୍ରବାର ପ୍ରକାଶିତ ହୋଇଛି । ମୋଟ ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ରାଙ୍କ ପାଇଛନ୍ତି । ସଫଳ ଛାତ୍ରଛାତ୍ରୀମାନେ ୨୩ଟି ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ବି-ଫାର୍ମାରେ ସୌରଭ କୁମାର ପତି, ଏମ ଫାର୍ମାରେ ରଶ୍ମୀରଂଜନ ପାଣିଗ୍ରାହୀ, ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ ଇଂଜିନିୟରିଂରେ ସୁବାସ ପୃଷ୍ଟି, ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସତ୍ୟଜିତ ମହାନ୍ତି, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବ୍ୟୋମକେଶ କମିଲା, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଓ କେମିକାଲ ଇଂଜିନିୟରିଂରେ ସଂଗ୍ରାମ ପାତ୍ର ଟପ୍ପର ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ମେ’ ୮ରୁ ୧୫ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow