ହରେକଷ୍ଣ ମହତାବ ରାଜ୍ୟ ପାଠାଗାରରେ ପୁସ୍ତକ ପ୍ରଦର୍ଶନୀ

Aug 31, 2023 - 21:41
 0  6
ହରେକଷ୍ଣ ମହତାବ ରାଜ୍ୟ ପାଠାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ବର- ତା.୩୧.୦୮.୨୦୨୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳନ ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ହୋଇଛି ।

ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ କାର୍ଯ୍ୟକ୍ରମ ଉଦଘାଟନ କରି ଗଙ୍ଗାଧରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପାଠକ ଓ ପାଠିକା ମାନଙ୍କୁ ପ୍ରେରଣା ଦେଇଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମଲ ଗଙ୍ଗାଧରଙ୍କ ଆଦର୍ଶରେ ଜୀବନରେ କିପରି ଉନ୍ନତି କରି ଓଡ଼ିଆ ଭାଷାକୁ ସମୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ । 

ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଡ଼. ଅଲେଖ ନନ୍ଦୀ ପାଠକ ପାଠିକାଙ୍କୁ କିପରି ଆତ୍ମବିଶ୍ୱାସର ସହ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ ଏ ସଂପର୍କରେ ଉଲ୍ଲେଖ କରିଥିଲେ l ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପରିଶେଷରେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପାଠାଗାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow