ଯାଜପୁର ରୋଡ ରେଳ ଦୁର୍ଘଟଣା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

Jun 7, 2023 - 01:28
Jun 8, 2023 - 01:29
 0  225
ଯାଜପୁର ରୋଡ ରେଳ ଦୁର୍ଘଟଣା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା
ଯାଜପୁର ରୋଡ ରେଳ ଦୁର୍ଘଟଣା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ଯାଜପୁର ରୋଡ ରେଳ ଦୁର୍ଘଟଣା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା
ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ ନିକଟରେ ବୁଧବାର ସନ୍ଧ୍ୟାରେ ଟ୍ରେନ୍‌ ଚଢିଯିବାରୁ ହୋଇଥିବା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହିତ ମୃତକମାନଙ୍କ ନିକଟତମ ପରିଜନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଦୁର୍ଘଟଣାରେ ମୃତକମାନେ ହେଲେ ଯାଜପୁର ଜିଲ୍ଲା କୋରୋଇ ବ୍ଲକ ଅନ୍ତର୍ଗତ ବାଲିଆପାଳ ଗାଁର ଭୀମସେନା ଜେନା, ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା, ଗମାରିଆର ଗୌତମ ସାମଲ, ମାନସ ସାମଲ ଓ ଗୋସଳାର ଦଳଗୋବିନ୍ଦ ପ୍ରଧାନ । ନବଘନ ବାରିକ ଓ ଅମର ସାହୁ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow