ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି

Aug 14, 2023 - 07:45
Aug 15, 2023 - 07:45
 0  6
ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି
ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି

ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ବାର୍ତ୍ତାରେ ସେ କହିଛନ୍ତି, ସ୍ୱାଧୀନତା ଦିବସ ତାଙ୍କୁ ନିଜ ପିଲାବେଳକୁ ସ୍ମରଣ କରାଇ ଦେଉଛି । ପିଲାବେଳେ ସ୍କୁଲରେ ସ୍ୱାଧୀନତା ଦିବସ ପାଳିବାକୁ ନିଜ ଆଗ୍ରହ ଓ ଇଚ୍ଛା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଯେତେବେଳେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେଉଥିଲା, ସେତେବଳେ ଏକ ବୈଦ୍ୟୁତିକ ଶକ୍ତି ଆମ ଶରୀରରେ ପ୍ରବାହିତ ହେବା ପରି ଲାଗୁଥିଲା । ଦେଶ ପ୍ରେମର ଗର୍ବ ଓ ଗୌରବରେ ପରିପୂର୍ଣ୍ଣ ହୃଦୟରେ ଆମେ ଜାତୀୟ ପତାକାକୁ ସାଲ୍ୟୁଟ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରୁଥିଲୁ । ଏହା ଆମ ମନରେ ଅନେକ ଦିନ ଧରି ରହୁଥିଲା । ଯେତେବେଳେ ସ୍କୁଲ ଶିକ୍ଷକ ହେଲି ସେତେବେଳେ ପିଲାଦିନର ସ୍ମୃତିକୁ ପୁନଃ ଜାଗରିତ କରିବାର ସୁଯୋଗ ମୋତେ ମିଳିଲା ଏବଂ ସେଥିପାଇଁ ମୁଁ ନିଜକୁ ଭାଗ୍ୟବତୀ ମନେ କରେ ବୋଲି ରାଷ୍ଟ୍ରପତି କହିଛନ୍ତି । ନିଜ ବକ୍ତବ୍ୟରେ ସେ କହିଛନ୍ତି, ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ । ଆମ ସ୍ୱାଧୀନତା ସଂଗ୍ରାମର ଆଧାର ସତ୍ୟ ଓ ଅହିଂସା । ଏବେ ମହିଳାମାନେ ବିକାଶ ଓ ଦେଶସେବାରେ ଆଗୁଆ ଅଛନ୍ତି । ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ଆର୍ଥିକ ସଶକ୍ତିକରଣ ଯୋଗୁଁ ମହିଳାଙ୍କ ସ୍ଥିତି ମଜଭୁତ ହୋଇପାରିଛି ବୋଲି ରାଷ୍ଟ୍ରପତି ନିଜ ବକ୍ତବ୍ୟରେ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow