ଶିକାରୀ ମୁକ୍ତ ଶିମିଳିପାଳ ଅଭିଯାନକୁ ପ୍ରଶଂସା କଲେ ପୁଲିସ ମହାନିର୍ଦ୍ଦେଶକ

Aug 9, 2023 - 08:09
Aug 10, 2023 - 08:09
 0  4
ଶିକାରୀ ମୁକ୍ତ ଶିମିଳିପାଳ ଅଭିଯାନକୁ ପ୍ରଶଂସା କଲେ ପୁଲିସ ମହାନିର୍ଦ୍ଦେଶକ
ଶିକାରୀ ମୁକ୍ତ ଶିମିଳିପାଳ ଅଭିଯାନକୁ ପ୍ରଶଂସା କଲେ ପୁଲିସ ମହାନିର୍ଦ୍ଦେଶକ

ଶିକାରୀ ମୁକ୍ତ ଶିମିଳିପାଳ ଅଭିଯାନକୁ ପ୍ରଶଂସା କଲେ ପୁଲିସ ମହାନିର୍ଦ୍ଦେଶକ
ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ମୟୂରଭଞ୍ଜ ଗସ୍ତରେ ଯାଇ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ସହ ବୁଧବାର ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକ ବାରିପଦା ପୁଲିସ ମୁଖ୍ୟାଳୟ ଠାରେ ପୁଲିସ ଓ ବନ ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଶିକାରୀ ମୁକ୍ତ ଶିମିଳିପାଳ ଅଭିଯାନର ସମୀକ୍ଷା କରିଛନ୍ତି । ଶିମିଳିପାଳକୁ ଶିକାରୀମୁକ୍ତ କରରିବାରେ ରାଜ୍ୟ ପୁଲିସ ବେଶ ସଫଳତା ହାସଲ କରିଛି । ଏହି ଅଭିଯାନ ବେଳେ 165ରୁ ଅଧିକ ଦେଶୀ ବନ୍ଧୁକ, ପିସ୍ତଲ, ଗୁଳି ଜବତ ହୋଇଛି । ଏହାସହିତ 21ରୁ ଅଧିକ ଶିକାରୀ ଗିରଫ ହୋଇଛନ୍ତି ବୋଲି ଡିଜି କହିଛନ୍ତି । ଏହି ସଫଳତା ପାଇଁ ଡିଜି ମୟୂରଭଞ୍ଜ ପୁଲିସକୁ ସାଧୁବାଦ ଜଣାଇଛନ୍ତି । ଏହି ସମୀକ୍ଷା ବୈଠକରେ ଏଡିଜି ସଂଜୟ କୁମାର, ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଡଃ ପ୍ରକାଶ ଚନ୍ଦ୍ର ଗୋଗିନାନୀ ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow