ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାରେ ରୋକ

Aug 9, 2023 - 08:10
Aug 10, 2023 - 08:10
 0  5
ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାରେ ରୋକ
ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାରେ ରୋକ

ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାରେ ରୋକ
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୧ରେ ହେବ । ମେ ୧୯ ଏଏସଓ ପରୀକ୍ଷା ନେଇ ହାଇକୋର୍ଟ ପ୍ରଦାନ କରିଥିବା ରାୟର ପୁନଃବିଚାର ପାଇଁ ଦୁଇ ଜଣିଆ ଖଣ୍ଡପୀଠରେ କିଛି ପରୀକ୍ଷାର୍ଥୀ ଆବେଦନ କରିଥିଲେ । ଉଲ୍ଲେଖଯୋଗ୍ୟ, ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ ବେଆଇନ ଦର୍ଶାଇ ଅଭିଯୋଗକାରୀମାନଙ୍କ ତରଫରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ମେ ୧୯ରେ ରାୟ ପ୍ରଦାନ କରିବା ସହ ଓପିଏସସି ତରଫରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିଥିଲେ । ଏଥି ସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଓପିଏସସି ସାନି ମେଧା ତାଲିକା ପ୍ରକାଶ କରି ନଥିଲା । ଏହାପରେ ଆବେଦନକାରୀଙ୍କ ତରଫରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଅଗଷ୍ଟ ୪ରେ ମେ ୧୯ର ନିର୍ଦ୍ଦେଶ ପାଳନ କରି ୬ ସପ୍ତାହ ଭିତରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାର ହାଇକୋର୍ଟ ପୁଣି ଏଏସଓ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow