ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

Jun 24, 2023 - 08:01
Jun 25, 2023 - 08:01
 0  8
ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ
ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ
ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଶନିବାର ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ୧୧ ସାକ୍ଷୀଙ୍କ ବୟାନ ଓ ୧୫ ପ୍ରମାଣକୁ ଭିତ୍ତି କରି ଅଦାଲତ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଅଦାଲତ ମଙ୍ଗଳବାର ଏହି ମାମଲାର ଦଣ୍ଡ ଘୋଷଣା କରିବେ । ଅଗଷ୍ଟ ୨୯, ୧୯୯୫ରେ ରାମମୂର୍ତ୍ତିଙ୍କ ପତ୍ନୀ ଶଶିରେଖା ଗମାଙ୍ଗୋଙ୍କ ମୃତ ଦେହ ଖାରବେଳନଗର ସ୍ଥିତ ଏମ୍‌ଏଲଏ କଲୋନିରୁ ଉଦ୍ଧାର କରାଯାଇଥିଲା । ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ନିଜେ ରାମମୂର୍ତ୍ତି ଥାନାରେ ଖବର ଦେଇଥିଲେ । ତେବେ ପୁଲିସ ତଦନ୍ତରୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଜଣାପଡିଥିଲା । ଏହି ଘଟଣାରେ ପୁଲିସ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା । ସୂଚନାଯୋଗ୍ୟ, ୧୯୯୦ରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ଜନତା ଦଳ ଛାଡି ୨୦୦୦ରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ ।

What's Your Reaction?

like

dislike

love

funny

angry

sad

wow