ଜଳ ପରିଚାଳନା କ୍ଷେତ୍ରରେ ଗଞ୍ଜାମକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର
ଜଳ ପରିଚାଳନା କ୍ଷେତ୍ରରେ ଗଞ୍ଜାମକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର
ଜଳ ପରିଚାଳନା କ୍ଷେତ୍ରରେ ଚଳିତ ବର୍ଷର ଜାତୀୟ ଜଳ ପୁରସ୍କାର ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟପ୍ରଦେଶ ଓ ଶ୍ରେଷ୍ଠ ଜିଲ୍ଲା ଭାବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ମନୋନୀତ ହୋଇଛନ୍ତି । ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ୧୧ଟି ବର୍ଗରେ ସମୁଦାୟ ୪୧ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପ୍ରତ୍ୟେକ ବିଜେତାଙ୍କୁ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ମିଳିବ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜୁନ ୧୭ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ।
What's Your Reaction?