ଅଗଷ୍ଟ ୩୧ରୁ ଖେଳାଯିବ ଏସିଆ କପ୍‌‌ କ୍ରିକେଟ

Jun 16, 2023 - 02:12
 0  842
ଅଗଷ୍ଟ ୩୧ରୁ ଖେଳାଯିବ ଏସିଆ କପ୍‌‌ କ୍ରିକେଟ
ଅଗଷ୍ଟ ୩୧ରୁ ଖେଳାଯିବ ଏସିଆ କପ୍‌‌ କ୍ରିକେଟ

ଅଗଷ୍ଟ ୩୧ରୁ ଖେଳାଯିବ ଏସିଆ କପ୍‌‌ କ୍ରିକେଟ
ଏସିଆନ୍‌‌ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ଏସିଆ କପ୍‌‌ କ୍ରିକେଟ୍‌‌-୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଅଗଷ୍ଟ ୩୧ରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୩ଟି ମ୍ୟାଚ୍‌‌ ଖେଳାଯିବ । ଏଥିରୁ ଚାରିଟି ମ୍ୟାଚ୍‌‌ ପାକିସ୍ତାନରେ ଏବଂ ନଅଟି ମ୍ୟାଚ୍‌‌ ଶ୍ରୀଲଙ୍କାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଙ୍ଗଲାଦେଶ, ଆଫ୍‌‌ଗାନିସ୍ତାନ ଏବଂ ନେପାଳ ଦୁଇଟି ଗ୍ରୁପ୍‌‌ରେ ପରସ୍ପର ସହ ମୁକାବିଲା କରିବେ । ଦୁଇଟି ଗ୍ରୁପ୍‌‌ରୁ ଦୁଇଟି ଲେଖାଏଁ ଦେଶ ସୁପର ଫୋରକୁ ଉନ୍ନୀତ ହେବେ । ଏହି ସୁପର ଫୋରରୁ ଦୁଇଟି ଶ୍ରେଷ୍ଠ ଦଳ ସେପ୍ଟେମ୍ବର ୧୭ରେ ଫାଇନାଲ୍‌‌ ମ୍ୟାଚ୍‌‌ ଖେଳିବେ ବୋଲି ଏସିଆନ୍‌‌ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ଘୋଷଣା କରିଛି ।

What's Your Reaction?

like

dislike

love

funny

angry

sad

wow