ମେୟର ଏକାଦଶକୁ ୫୦ ରନରେ ହରାଇ କମିଶନର ଏକାଦଶ ବିଜୟୀ, ଅମରେନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍

Aug 20, 2023 - 20:01
 0  6
ମେୟର ଏକାଦଶକୁ ୫୦ ରନରେ ହରାଇ କମିଶନର ଏକାଦଶ ବିଜୟୀ, ଅମରେନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍

ଭୁବନେଶ୍ୱର, ଅଗଷ୍ଟ ୨୦: ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ରିକ୍ରେସନ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ ଖେଳକୁଦ ପ୍ରତିଯୋଗୀତା। ଏହାର ଅଂଶ ସ୍ୱରୂପ ଆଜି କିଟ୍ କ୍ରିକେଟ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିଲା ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍ । ଏହି ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ରେ ମେୟର ଏକାଦାଶ, କମିଶନର ଏକଦାଶକୁ ଭେଟିଥିଲା। 

 କମିଶନର ଏକାଦଶ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୫ ଓଭର ବିଶିଷ୍ଟ ଏହି ମ୍ୟାଚ୍ରେ କମିଶନର ଏକାଦଶର ମାତ୍ର ୬ ଉଇକେଟ ହରାଇ ୧୫୫ ରନ୍ କରିଥିଲା । ଅମରେନ୍ଦ୍ର ମହାପାତ୍ରଙ୍କ ୭୫ ରନ ଏବଂ ସନତ ମିଶ୍ରଙ୍କ ୨୭ ରନ୍ ବଳରେ ୧୫୫ ରନ୍ କରି ଏକ ବିଶାଳ ସ୍କୋର ମେୟର ଏକାଦଶ ପାଇଁ ରଖିଥିଲା।

ଓପନର ଭାବେ ଡେପୁଟି କମିଶନର ରମେଶ ଜେନା ଏବଂ ରଶ୍ମିରଞ୍ଜନ ପଡିଆକୁ ଓହ୍ଲାଇ ଥିଲେ। ମାତ୍ର ମେୟର ଏକାଦଶର ନୁରୁସାନଙ୍କ ବୋଲିଂ ଆଗରେ ରଶ୍ମି ରଂଜନ ବେଶି ସମୟ ତିଷ୍ଠି ପାରିନଥିଲେ।

ତେବେ ସନତ ମିଶ୍ର ଓ ରମେଶ ଜେନା ଯୋଡି କିଛି ସମୟ ଖେଳିଥିଲେ ମଧ୍ୟ ସେଭଳି ଆଖି ଦୃଶିଆ ସ୍କୋର କରିପାରି ନଥିଲେ। ସନତ ମିଶ୍ର ଗୋଟିଏ ଛକା ଓ ୩ଟି ଚଉକା ବଳରେ ୨୭ ରନ କରି ପାଭଲିୟନକୁ ଫେରିଆସିଥିଲେ।

ତେବେ ଅମରେନ୍ଦ୍ର ମହାପାତ୍ର ପଡିଆକୁ ଓହ୍ଲାଇବା ପରେ ଛକା ଚଉକା ବର୍ଷା କରିଥିଲେ । ଅମରେନ୍ଦ୍ର ମାତ୍ର ୪୩ଟି ବଲ୍କୁ ସାମ୍ନା କରି ୭ଟି ଛକା ଓ ୪ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ୭୫ ରନ କରି ମେୟର ଏକାଦଶ ପାଇଁ ଏକ ବିଶାଳ ସ୍କୋର ଠିଆକରାଇ ଦେଲେ। 

୧୫୬ ରନ୍ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇ ଥିଲା ମେୟର ଏକାଦଶ । ମାତ୍ର ପ୍ରଥମରୁ ମେୟର ଏକାଦଶର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ମେୟର ଏକାଦଶର କ୍ୟାପଟେନ ଜିରୋରେ ଆଉଟ ହେବା ପରେ ଖେଳାଳୀଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା।

ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ଡେପୁଟି କମିଶନର ରମେଶ ମହାପାତ୍ରଙ୍କ ଘାତକ ବୋଲିଂ ଆଗରେ ମେୟର ଏକାଦଶର ଖେଳାଳୀମାନେ ଜଣକ ପରେ ଜଣେ ଆଉଟ ହୋଇ ପାଭଲିୟନକୁ ଫେରିଥିଲେ । ମେୟର ଏକାଦଶ ୧୪ ଓଭର ୨ଟି ବଲରେ ସମସ୍ତ ଉଇକେଟ୍ ହରାଇ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା । 

 ଏହି ମ୍ୟାଚ୍କୁ ଉଦ୍ଘାଟନ କରିଥିଲେ ମେୟର ସୁଲୋଚନା ଦାସ । ଏହି ଅବସରରେ  ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ସବୁ କର୍ପୋରେଟର, ବିଏମ୍ସିର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମ୍ୟାଚର ସଂଯୋଜନା କରିଥିଲେ ବିଏମ୍ସି ରିକ୍ରେସନ କ୍ଲବର ସଂପାଦକ ଶୁଭକାନ୍ତ ପାଢୀ ।  

What's Your Reaction?

like

dislike

love

funny

angry

sad

wow