ଦୃଷ୍ଟିବାଧିତ ଓଡିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲା ବିଏମ୍‌ସି, ଆଇବିଏସ୍‌ଏ ୱାର୍ଲଡ ଗେମ୍ସ-୨୦୨୩ କ୍ରିକେଟରେ ଓଡିଆ ଖେଳାଳୀଙ୍କ କମାଲ୍‌

Sep 2, 2023 - 11:49
 0  9

ଭୁବନେଶ୍ୱର: ଇଂଟରନ୍ୟାସନାଲ ବ୍ଲାଇଣ୍ଡ ସ୍ପୋର୍ଟ୍ସଆସୋସିଏସନ (ଆଇବିଏସ୍‌ଏ) ପକ୍ଷରୁ ଆୟୋଜିତ ୱାର୍ଲଡ ଗେମ୍ସ-୨୦୨୩ରେ ଅଂଶଗ୍ରହଣ କରି ଓଡିଶା ତଥା ଭାରତ ପାଇଁଗୌରବ ଆଣିଥିବା ଓଡିଆ ମହିଳା ଓ ପୁରୁଷ କ୍ରିକେଟ୍‌ ଖେଳାଳୀଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ବିଏମ୍‌ସିମୁଖ୍ୟାଳୟରେ ଆୟୋଜିତଏକସ୍ୱତନ୍ତ୍ର ଉତ୍ସବରେ କ୍ରିକେଟ ଖେଳାଳୀମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ମେୟର ସୁଲୋଚନା ଦାସ ସମ୍ବର୍ଦ୍ଧିତ କରିଥିଲେ । ଏହିଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନାସଭାରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର  ସୂର୍ଯ୍ୟବଂଶୀ ମୟୁର ବିକାଶ, ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା, ସପନ କୁମାରନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ । 

ଇଂଟରନ୍ୟାସନାଲ ବ୍ଲାଇଣ୍ଡ ସ୍ପୋର୍ଟସ୍ ଆସୋସିଏସନ ପକ୍ଷରୁ ଆୟୋଜିତ ୱାର୍ଲଡ ଗେମ୍ସ-୨୦୨୩ରେ ଭାରତୀୟ ବ୍ଲାଇଣ୍ଡ ମହିଳା କ୍ରିକେଟଦଳ ଚାମ୍ପିୟନ ହୋଇ ଗୋଲ୍ଡ ମେଡାଲ ହାସଲକ ରିଛି।  ସବୁଠାରୁଗୌରବର କଥା ଯେ, ଭାରତୀୟଟିମ୍‌ରେ ଓଡିଶାର ୪ ଜଣ ମହିଳା ରହିଛନ୍ତି ।

ସେମାନେ ହେଲେ ଦଳର ଭାଇସ୍‌କ୍ୟାପଟେନ୍ ଫୁଲ ସୋରେନ୍‌, ଝିଲି ବେରୁଆ, ବାସନ୍ତୀ ହାଁସଦା, ପଦ୍ମନୀ ଟୁଡୁ । ଇଂଲଣ୍ଡର ବର୍ମିଙ୍ଗହାମଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟ ଅଗଷ୍ଟ ୨୬-୨୮ ତାରିଖ ମଧ୍ୟରେ ହୋଇଥିଲା । ଭାରତୀୟମହିଳା ଦଳ ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍‌କୁ ୯ ଉଇକେଟ୍‌ରେ ହରାଇ ବିଶ୍ୱବିଜୟୀ ହେବାସହ ଭାରତ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । 

ସେହିପରି ପୁରୁଷ ବ୍ଲାଇଣ୍ଡ କ୍ରିକେଟ ଟିମ୍ ଆଇବିଏସ୍‌ଏର ଫାଇନାଲମ୍ୟାଚ୍‌ରେ ଭାରତର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ସହିତ ଖେଳିି ରୌପ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛି । ଭାରତୀୟବ୍ଲାଇଣ୍ଡ ପୁରୁଷ କ୍ରିକେଟ ଦଳରେ ଓଡିଶାରୁ ମହମ୍ମଦ ଜାଫର୍‌ ଇକ୍‌ବାଲ, ପଙ୍କଜ ଭୁଏ ଓ ନକୁଳ ବଡନାୟକ ପ୍ରତିନିଧିତ୍ୱ କରୁଥିଲେ । 

ସେମାନେ ଭୁବନେଶ୍ୱରଏୟାରପୋର୍ଟରେ ପହଂଚିବା ପରେ ସିଧାସଳଖ ବିଏମ୍‌ସି ଅଫିସକୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ମେୟର, କମିଶନର, ଅତିରିକ୍ତ କମିଶନର, ସିଟି ଇଂଜିନିୟର, ଡେପୁଟି କମିଶନର ପ୍ରମୁଖ ସେମାନଙ୍କୁ ସମ୍ବର୍ଦ୍ଧିତକରିଥିଲେ। ବିଏମ୍‌ସି ଏପରି ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିବାରୁ ଖେଳାଳୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । 

What's Your Reaction?

like

dislike

love

funny

angry

sad

wow