ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପ୍ରତୀକ ଥିଲେ ସ୍ୱଭାବକବି ଗଙ୍ଗାଧର ମେହେର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ମୃତିସଭା

Sep 1, 2023 - 18:29
 0  8
ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପ୍ରତୀକ ଥିଲେ ସ୍ୱଭାବକବି ଗଙ୍ଗାଧର ମେହେର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ମୃତିସଭା
ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପ୍ରତୀକ ଥିଲେ ସ୍ୱଭାବକବି ଗଙ୍ଗାଧର ମେହେର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ମୃତିସଭା

ଭୁବନେଶ୍ୱର: ସ୍ୱଭାବକବି ଗଙ୍ଗାଧର ମେହେର ଥିଲେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପ୍ରତୀକଏହି ମର୍ମରେ ଆଜି ବିଶିଷ୍ଟ ଅତିଥି ଓ ବକ୍ତାମାନେ କବି ଗଙ୍ଗାଧରଙ୍କୁ ଜାତିର ଶ୍ରଦ୍ଧାର୍ଘ୍ୟ ବାଢ଼ିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭା ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଛି ।

ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍‍ଘାଟନ ହୋଇଥିଲା I ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଣ୍ଠରେ ଗଙ୍ଗାଧରଙ୍କ ପ୍ରସିଦ୍ଧ କବିତା ‘ମଙ୍ଗଳେ ଅଇଲା ଉଷା’ ଗଙ୍ଗାଧରଙ୍କ ସ୍ମୃତି ପ୍ରତି ନିବେଦିତ ହୋଇଥିଲା।

ନିଜ ବକ୍ତବ୍ୟରେ ଶ୍ରୀ ସାହୁ କହିଥିଲେ ଯେ ଗଙ୍ଗାଧର ଓଡ଼ିଆ କାବ୍ୟକବିତାରେ ଏକ ନୂତନ ଯୁଗର ପ୍ରତିଷ୍ଠା କରିଥିଲେ। ତାଙ୍କ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯିବ । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯୁବ ପିଢ଼ି କେବଳ ଗଙ୍ଗାଧରଙ୍କୁ ଗଢ଼ିଲେ ହେବ ନାହିଁ । ତାଙ୍କ ମୂଲ୍ୟବୋଧ ଓ ଚରିତ୍ରବତ୍ତାର ଅନୁଗାମୀ ହେବାକୁ ହେବ ।

ମୁଖ୍ୟବକ୍ତା ଡ. ବାବାଜି ଚରଣ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଗଙ୍ଗାଧରଙ୍କୁ ଓଡ଼ିଆ ଜାତିର ବିବେକ ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ପାର୍ଥସାରଥି ଅଜୟ ବାରିକ୍ ଗଙ୍ଗାଧରଙ୍କ କାବ୍ୟକୃତିର ଉଦାହରଣ ଦେଇ ତାଙ୍କୁ ଆମ କାବ୍ୟର ଭାଷା ନିର୍ମାତା ବୋଲି କହିଥିଲେ । ସଭାପତି ଡ. ମଲ୍ଲିକ କହିଥିଲେ ଯେ ଗଙ୍ଗାଧର ଥିଲେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପ୍ରତୀକ । ତାଙ୍କ ସ୍ମୃତିରେ ତାଙ୍କ ଜୟନ୍ତୀ ଏକାଡେମୀ ପକ୍ଷରୁ ଆଜି ତାଙ୍କର ଜନ୍ମସ୍ଥାନ ବରପାଲି ଓ ଭୁବନେଶ୍ୱରରେ ଆଡ଼ମ୍ବରରେ ପାଳିତ ହେଉଛି । ଭବିଷ୍ୟତରେ ଗଙ୍ଗାଧର ସାହିତ୍ୟର ବିସ୍ତୃତ ଆଲୋଚନାର ଆୟୋଜନ ଏକାଡେମୀ ପକ୍ଷରୁ କରାଯିବ।

ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଓ ସାଥୀଙ୍କ ଦ୍ୱାରା ଗଙ୍ଗାଧର କବିତା ପରିବେଷଣ କରାଯାଇଥିଲା । ଏକାଡମୀର ଉପ-ସଭାପତି ଡ.ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବରପାଲି ସ୍ମୃତି ସଭା

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ୍‍ ବରପାଲିଙ୍କ ମିଳିତ ସହଯୋଗରେ ବରପାଲିସ୍ଥ ଗଙ୍ଗାଧର କଲ୍ୟାଣମଣ୍ଡପଠାରେ ସନ୍ଧ୍ୟା ୬.୦୦ ଘଟିକାରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଅଛି । ଉଦ୍‍ଘାଟକ ଭାବେ ରୀତା ସାହୁ, ମନ୍ତ୍ରୀ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ (ଓଡ଼ିଶା ସରକାର), ମୁଖ୍ୟଅତିଥି ଭାବେ ସୁରେଶ ପୂଜାରୀ, ମାନ୍ୟବର ସାଂସଦ, ଲୋକସଭା, ବରଗଡ଼, ବରେଣ୍ୟ ଅତିଥି ଭାବେ ଦେବେଶ ଆଚାର୍ଯ୍ୟ, ମାନ୍ୟବର ବିଧାୟକ, ବରଗଡ଼, ସମ୍ମାନନୀୟ ଅତିଥି ଭାବେ ଦୀନେଶ ଗହୀର, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବରପାଲି, ମୁଖ୍ୟବକ୍ତା ଭାବେ ଡ. ଛାୟାକାନ୍ତ ଷଡ଼ଙ୍ଗୀ, ଅବରସରପ୍ରାପ୍ତ ଅଧ୍ୟକ୍ଷ, ସମ୍ମାନନୀୟ ବକ୍ତା ଭାବେ ପ୍ରଫେସର ବବ୍ରୁବାହନ ମହାପାତ୍ର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ଏବଂ ସଭାମୁଖ୍ୟ ଭାବେ ଡ. ଘନଶ୍ୟାମ ପାଣିଗ୍ରାହୀ, ସଭାପତି, ଗଙ୍ଗାଧର ମେହେର କ୍ଲବ୍‍, ବରପାଲି ଯୋଗଦାନ କରି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସାରସ୍ୱତ କୃତି ଓ ଜୀବନୀ ଉପରେ ନିଜ ନିଜର ବକ୍ତ୍ୟବ ଉପସ୍ଥାପନ କରିଥିବାବେଳେ ଏକାଡେମୀର ସହ-ସଚିବ ପ୍ରଦୀପ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପରୋକ୍ତ ଦୁଇଗୋଟି କାର୍ଯ୍ୟକ୍ରମରେ ସ୍ୱଭାବକବି ଗଙ୍ଗାଧର ପ୍ରେମୀ, ଶୁଭେଚ୍ଛୁ ବହୁ ସାହିତ୍ୟିକ ଓ ସାଧାରଣ ନାଗରିକ ଉତ୍ସବରେ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow