ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର: ‘ଓଡ଼ିଶୀ ସଙ୍ଗୀତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

Sep 1, 2023 - 18:09
 0  10

ଭୁବନେଶ୍ୱର: ଓଡ଼ିଶୀ ଗବେଷଣାକେନ୍ଦ୍ରର ପ୍ରେକ୍ଷାଳୟ ‘ଉତ୍କଳ ରଙ୍ଗମଞ୍ଚ’ରେ ‘ଓଡ଼ିଶୀ ସଙ୍ଗୀତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରର ପ୍ରଥମ ପର୍ଯ୍ୟାୟ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆରମ୍ଭ ହୋଇଅଛି ଏବଂ ବିଭିନ୍ନ ପର୍ଯ୍ୟାୟରେ ଏ ସମ୍ବନ୍ଧରେ ସ୍ୱତନ୍ତ୍ର ଆଲୋଚନା ଚକ୍ରମାନ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶୀ ସଙ୍ଗୀତରେ ଜୀବନବ୍ୟାପୀ ସାଧନା କରି ଆସୁଥିବା ପ୍ରତିଷ୍ଠିତ ତଥା ବରିଷ୍ଠ ଗୁରୁ, ଗାୟକ ଏବଂ ଗବେଷକ ବକ୍ତା ଭାବରେ ଯୋଗ ଦେଇଥିଲେ।

ସେମାନଙ୍କ ମଧ୍ୟରେ ଗୁରୁ ପଣ୍ଡିତ ହରମୋହନ ଖୁଣ୍ଟିଆ, ଆକାଶବାଣୀ ଏବଂ ଦୂରଦର୍ଶନର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ, ପ୍ରଫେସର ଗୁରୁ ଶ୍ରୀ ରାମହରି ଦାସ ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ । ଆଲୋଚନା ଚକ୍ରର ପ୍ରାରମ୍ଭରେ ନିଜର ଆବାହନୀ ବକ୍ତବ୍ୟରେ ଶ୍ରୀ ଆଚାର୍ଯ୍ୟ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ବନ୍ଧରେ ବିଶଦ ଭାବରେ ଆଲୋକପାତ କରିଥିଲେ।

ଓଡ଼ିଶୀ ସଙ୍ଗୀତ କିଭଳି ସାରା ବିଶ୍ୱରେ ନିଜର ଶାସ୍ତ୍ରୀୟ ମାନ୍ୟତାକୁ ପ୍ରତିଷ୍ଠା କରିବ; ଓଡ଼ିଶୀ ସଂଗୀତର ସୃଷ୍ଟି, ଏହାର ଇତିହାସ କେତେ ବଳିଷ୍ଠ, ବର୍ତ୍ତମାନ ଏହାର ସ୍ଥିତି କେଉଁଠି ଏବଂ ଭବିଷ୍ୟତରେ ଏହା କିଭଳି ଭାବରେ ଆହୁରି ଉନ୍ନତ ସ୍ତରରେ ପହଞ୍ôଚ ପାରିବ ସେ ବିଷୟରେ ବକ୍ତାବୃନ୍ଦ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ସଂଗୀତ ଓ ନୃତ୍ୟ ସାଧକ/ସାଧିକ ତଥା ଗୁରୁ ପଦବାଚ୍ୟ ଆମନ୍ତ୍ରିତ ଅତିଥି ସର୍ବଶ୍ରୀ - ସୁରେନ୍ଦ୍ର କୁମାର ନାୟକ, ଅଶୋକ କୁମାର ଦାସ, ଶଙ୍ଖମିତ୍ର ସିଂହାରୀ, ଗୌରାଙ୍ଗ ଖୁଣ୍ଟିଆ, ଆର୍ତ୍ତତ୍ରାଣ ଶତପଥି, ଜୟକୃଷ୍ଣ ନାୟକ, ଲିଙ୍ଗରାଜ ବାରିକ, ବୀରବର ଜେନା, ଭାରତୀ ଜେନା, ନିଳାଦ୍ରୀ କଲ୍ୟାଣ ରଥ, ପ୍ରଦୀପ କୁମାର ଦାସ(କ), ପ୍ରଦୀପ କୁମାର ଦାସ (ଖ), ସୁରେନ୍ଦ୍ର ନାଥ ଛୋଟରାଏ, ହିମାଂଶୁ ସ୍ୱାଇଁ, ସୁରେନ୍ଦ୍ର କୁମାର ତ୍ରିପାଠୀ, ରାଜେଶ କୁମାର ଲେଙ୍କା, ଶରତ ଚନ୍ଦ୍ର ବିଶ୍ୱାଳ, ରାସବିହାରୀ ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେବା ସହିତ ଓଡ଼ିଶୀ ଗବେଷଣା କେନ୍ଦ୍ରର ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ବିଭାଗ ମୁଖ୍ୟଙ୍କ ବ୍ୟତୀତ ବହୁ ସଂଗୀତ ଓ ନୃତ୍ୟ କଣ୍ଠଶୀଳ୍ପୀ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଗୁଗୁଲ୍ ମିଟ୍‌ ଜରିଆରେ ଆଭାଷି ମାଧ୍ୟମରେ ବହୁ ସଂଗୀତ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରିଣୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର। ଏଠାରେ ସୂଚନାଯୋଗ୍ୟ ଭବିଷ୍ୟତରେ ଏହିଭଳି କାର୍ଯ୍ୟକ୍ରମ ଜାତୀୟସ୍ତରରେ ଆୟୋଳନ କରାଯାଇ ଓଡ଼ିଶୀ ସଂଗୀତର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯିବା ସହିତ ଭଜନ, ଛାନ୍ଦ ଇତ୍ୟାଦିକୁ କେନ୍ଦ୍ରୀଭୂତ କରି ବିସ୍ତୃତ ଆଲୋଚନା କରିବାର ଯୋଜନା ଅନୁଷ୍ଠାନ ତରଫରୁ ନିଆଯାଇଛି ।

What's Your Reaction?

like

dislike

love

funny

angry

sad

wow