ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ : ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା

Durban International Film Festival 2023

Aug 5, 2023 - 12:26
 0  4
ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ : ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ଅଭିନେତା ମନୋଜ ବାଜପେୟୀଙ୍କୁ  ଶ୍ରେଷ୍ଠ ଅଭିନେତା ଆୱାର୍ଡରେ ସମ୍ମାନିତ କରାଯାଇଛି। ଫିଲ୍ମ ‘ଜୋରାମ’ ପାଇଁ ତାଙ୍କୁ ଏହି ଆୱାର୍ଡ଼ ମିଳିଛି। ଏନେଇ ମନୋଜ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ ‘ଜୋରାମ’ କୁ ଦୁଇଟି ପୁରସ୍କାର ମିଳିଛି। ଏଥିରେ ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଥିବା ବେଳେ ପିୟୁସ ପୁଟ୍ଟିଙ୍କୁ ମିଳିଛି ବେଷ୍ଟ ସିନେମାଟୋଗ୍ରାଫି ଆୱାର୍ଡ। ଦୁଇଦୁଇଟି ପୁରସ୍କାର ପାଇଥିବାରୁ ଫିଲ୍ମର ପୁରା ଟିମ୍ ଖୁସି ବ୍ୟକ୍ତ କରିଛନ୍ତି।

‘ଜୋରାମ’ ଫିଲ୍ମଟି ହେଉଛି ଏକ ସର୍ଭାଇଭାଲ-ଥ୍ରୀଲର ମୁଭି। ଏହା ସ୍ଥାନାନ୍ତର ହୋଇଥିବା ଜଣେ ଦେଶୀୟ ନାଗରିକଙ୍କ କାହାଣୀ। ଅଭିନେତା ମନୋଜ ବାଜପେୟୀ କହିଛନ୍ତି, ଦର୍ସୁ ଭଳି ଏକ ଜଟିଳ ଚରିତ୍ରରେ ଅଭିନୟ କରି ମୁଁ ବହୁତ ଖୁସି । ବାହାରୁ ଏହି ଚରିତ୍ରଟି ଜଣେ ଅଡିନାରୀ ମ୍ୟାନ ଭଳି ଦେଖାଯାଉଥିବା ବେଳେ ସେ କେବେ ଲୋକ ଲୋଚନକୁ ଆସି ନ ଥାଏ, ହେଲେ ଏହି ଫିଲ୍ମକୁ ଦୁଇ ଦୁଇଟା ପୁରସ୍କାର ମିଳିବା ବହୁତ ବଡ଼ କଥା। ସେଥିଲାଗି ମୁଁ ବହୁତ ଖୁସିହେବା ସହ ଆମର ପୁରା ଟିମ୍ ମଧ୍ୟ ଖୁସି ଅଛନ୍ତି। ମୋତେ ଏହି ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ପ୍ରଯୋଜନା ସଂସ୍ଥାକୁ ସେ ଧନ୍ୟବାଦ ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.