ଏସୀୟ ଚାମ୍ପିଅନ୍ସ ଟ୍ରଫି : ହକି ପ୍ରତିଯୋଗିତାରେ ଭାରତ, ଜାପାନ ୧-୧

Asian Champions Trophy

Aug 5, 2023 - 12:12
 0  3
ଏସୀୟ ଚାମ୍ପିଅନ୍ସ ଟ୍ରଫି : ହକି ପ୍ରତିଯୋଗିତାରେ ଭାରତ, ଜାପାନ ୧-୧

ଚେନ୍ନାଇ ରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଶୁକ୍ରବାର ଭାରତ ଓ ଜାପାନ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି। ମ୍ୟାଚ୍‌ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ‌ସେଗୁଡିକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା। କେବଳ ପ୍ରଥମ କ୍ବାର୍ଟରରେ ଭାରତ ୮ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ସେଥିରୁ ଗୋଟିଏ ବି ଗୋଲ୍‌ରେ ପରିଣତ ହୋଇପାରିନଥିଲା। କିନ୍ତୁ ଜାପାନ ଦ୍ବିତୀୟ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଆଗୁଆ ହୋଇଯାଇଥିଲା। ଦ୍ବିତୀୟ କ୍ବାର୍ଟରର ୨୮ତମ ମିନିଟ୍‌ରେ ଜାପାନ୍‌ର ନାଗାୟୋସି କେନ୍‌ ପେନାଲ୍‌ଟି କର୍ଣ୍ଣରରୁ ଏହି ପ୍ରଥମ ଗୋଲ୍‌ ଦେଇଥିଲେ। ହେଲେ ୪୩ତମ ମିନିଟ୍‌ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ୍‌ ସିଂହ (ପେନାଲ୍‌ଟି କର୍ଣ୍ଣର) ଏହାକୁ ଶୁଝିବାରୁ ସ୍ଥିତି ବରାବର ହୋଇଥିଲା।

ଦଶମ ପେନାଲ୍‌ଟି କର୍ଣ୍ଣର ପ୍ରୟାସରେ ଭାରତକୁ ଏହି ସଫଳତା ମିଳିଥିଲା। ମ୍ୟାଚ୍‌ରେ ଅଗ୍ରଣୀ ପାଇବାକୁ ଦଳ ଯେତେ ପ୍ରୟାସ କରିଥିଲେ ବି ଜାପାନ୍‌ ରକ୍ଷଣଭାଗକୁ ପାର କରିବାରେ ଭାରତୀୟ ଖେଳାଳି ବିଫଳ ହୋଇଥିଲେ। ଭାରତ ଏହି ମ୍ୟାଚ୍‌ରେ ଭାରତ ୧୫ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ମାତ୍ର ଗୋଟିଏ ଗୋଲ୍‌ରେ ପରିଣତ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ମାଲେସିଆ ୫-୧ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା ବେଳେ ପାକିସ୍ତାନ ଓ କୋରିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଭାରତ ନିଜର ପରବର୍ତୀ ମ୍ୟାଚ୍‌ ରବିବାର ମାଲେସିଆ ସହ ଖେଳିବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.