ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

Aug 7, 2023 - 18:08
 0  2
ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ  ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବାର ପଥ ପରିଷ୍କାର ହୋଇଛି ।

ଗୁଜରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ରେ ହେବ ବୋଲି ସୂଚନା ମିଳିଛି। ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍। ଆଗାମୀ ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ଖେଳିବାକୁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ।  ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପାକିସ୍ତାନ କ୍ରିକେଟ ଟିମର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏନେଇ ଆଇସିସି ଏବଂ ଭାରତ ସରକାରଙ୍କୁ ଜଣାଇ ଦିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗୁଜରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ରେ ହେବ ବୋଲି ସୂଚନା ମିଳିଛି। ସେହିପରି ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଖେଳିବାକୁ ଥିବା ମ୍ୟାଚ୍ ଅକ୍ଟୋବର ୧୨ ପରିବର୍ତ୍ତେ ୧୦ ତାରିଖରେ ହୋଇପାରେ। ସୁରକ୍ଷା ଦୃଷ୍ଟିରୁ ଏହି ପରିବର୍ତ୍ତନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶେଷ ଥର ପାଇଁ ୨୦୧୬ ଟି-ଟ୍ବେଣ୍ଟି ୱାର୍ଲଡ କପରେ ଭାରତ ଆସିଥିଲା ପାକିସ୍ତାନ ଟିମ୍। ଚଳିତବର୍ଷ ଏସିଆ କପ୍‌କୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦ ହୋଇଥିଲା। ପାକିସ୍ତାନରେ ଏସିଆ କପ୍ ଖେଳିବାକୁ ଭାରତ ମନା କରିଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.