ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ; ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ହାତ

Aug 7, 2023 - 17:54
Aug 7, 2023 - 18:26
 0  4
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ; ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ହାତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ନେଇ ପୁଲିସ ଆକ୍ସନ୍ ମୁଡ଼୍‌କୁ ଆସିଛି। ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୫୦ ଜଣଙ୍କ ନାମ‌ରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ୍ ଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ଗିରଫ ଭୟରେ ଫିରିଙ୍ଗିଆ ପୁରୁଷଶୂନ୍ୟ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଆଉ ପୁଲିସ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ଅଭିଯୋଗରେ ୨ ଜଣ ହୋମ୍‌ଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଏବଂ ରବି ଡିଗାଲଙ୍କ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି କନ୍ଧମାଳ ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ଏହାରି ଭିତରେ ଫିରିଙ୍ଗିଆ ଥାନାର ନୂଆ ଆଇଆଇସି ଭାବେ ରମେଶ କୁମାର ପ୍ରଧାନ ଗତକାଲି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫିରିଙ୍ଗିଆର ବିଭିନ୍ନ ଛକ ଓ ଗଳିରେ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୪୪ ଧାରା ବଳବତ୍ତର ରହିଛି। ଆଜି ଫିରିଙ୍ଗିଆ ବଜାର ପୁଲିସ ଛାଉଣୀରେ ପରିଣତ ହୋଇଥିବା ଦୋକାନବଜାର ବନ୍ଦ ହୋଇଯାଇଥିଲା। ଫଳରେ ବଜାର ଶୂନଶାନ୍ ଥିଲା। ସେହିପରି ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଯାଞ୍ଚକୁ ବ୍ୟାପକ କରାଯାଇଛି। ଏସ୍‌.ପି.ଶ୍ରୀ ପାତ୍ର କହିଛନ୍ତି, ଥାନା ପୋଡ଼ି ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ହାତ ରହିଥିବା ଏସପି ସନ୍ଦେହ କରିଛନ୍ତି।

ଖବର ଅନୁସାରେ ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳସ୍ତରର ନେତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଥାନାରେ ଲଙ୍କାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୫ ଜଣ ସରପଞ୍ଚ, ୩ ସମିତି ସଭ୍ୟଙ୍କ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ୍ । ଏସବୁ ମଧ୍ୟରେ ଉକ୍ତ ଥାନା ନୁଆ ଥାନା ଅଧିକାରୀ  ରମେଶ କୁମାର ପ୍ରଧାନ ଯୋଗଦେଇଛନ୍ତି। ସ୍ଥାନୀୟ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଲ୍ଲିକ, ନୂଆପଦର ସରପଞ୍ଚ ଭବାନୀ ଶଙ୍କର କହଁର, ଭୃଙ୍ଗିଯୋଡ଼ି ସରପଂଚ ଆସିଆ କହଁର, ଫିରିଙ୍ଗିଆ ସମିତି ସଭ୍ୟ ମୌସୁମୀ କହଁର, କେଲାପଡ଼ା ସମିତି ସଭ୍ୟ ବୈରାଗୀ କହଁର, ସାଡିଙ୍ଗିଆ ସରପଞ୍ଚ ଲାସନ୍ କହଁର, ଉପରପଙ୍ଗା ସରପଞ୍ଚ ସୁଶାନ୍ତ କହଁର ଏବଂ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁରଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ଖବର ମିଳିଛି। ତେବେ ଗୋଟେପଟେ ଫିରିଙ୍ଗିଆ ଥାନା ପୋଲିସର ଗଞ୍ଜେଇ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ପ୍ରୟାସ ଜାରି ରଖିଛି । ଅନ୍ୟପଟେ ଗଞ୍ଜେଇ ଚାଲାଣ ଅଭିଯୋଗ ଥିବା ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହ ଥାନା ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.