ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Aug 7, 2023 - 17:24
 0  9
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭୁବନେଶ୍ୱର- ତା.୦୭.୦୮.୨୦୨୩: ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଆ ଭାଷାର ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ନିମନ୍ତେ ପ୍ରଥମ ଚରଣରେ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଆଜିଠାରୁ ସଂସ୍କୃତି ଭବନସ୍ଥିତ ସମ୍ମିଳନୀ  ଆରମ୍ଭ ହୋଇଛି । ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ  କରିଥିଲେ।

ଶ୍ରୀ ରାଉତରାଏ ତାଙ୍କ ବକ୍ତବ୍ୟରେ କହିଥିଲେ କି,  ଆମ ମାତୃଭାଷା ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଆ ଭାଷାକୁ ଦେଶ ବିଦେଶରେ ପ୍ରଚାରିତ କରିବା ପାଇଁ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ‘ଓଡ଼ିଶା ପରିବାର’ ମଧ୍ୟ ଏହି ଲକ୍ଷ୍ୟରେ ଗଠନ କରାଯାଇଛି । ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ମାତୃଭାଷାରେ ଶିକ୍ଷାଦେବା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ତେଣୁ ଓଡ଼ିଆ ଭାଷାର ବିକାଶ ସାଧନରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ ଅଧିକାରୀ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ଡକ୍ଟର କ୍ଷେତ୍ରବାସୀ ମାନ୍‌ସେଠ୍ ଏବଂ ଶ୍ରୀ ଗୋବିନ୍ଦ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୯୦ଜଣ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ପ୍ରଥମ ଦିନ ପ୍ରଶିକ୍ଷକ ଭାବେ ଡକ୍ଟର ଗୌରାଙ୍ଗ ଚରଣ ଦାଶ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ପ୍ରାଚୀନ ଓ ମଧ୍ୟଯୁଗୀୟ ଗ୍ରନ୍ଥ ସମ୍ପାଦନା ସମ୍ପର୍କରେ ନିଜର ମତ ରଖିଥିଲେI

ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏଥିରେ ପ୍ରଶିକ୍ଷକଭାବେ ଡକ୍ଟର ସନ୍ତୋଷ କୁମାର ରଥ, ପ୍ରଫେସର ବାଉରୀବନ୍ଧୁ ସାହୁ, ପ୍ରଫେସର ଯତୀନ୍ ନାୟକ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଡକ୍ଟର ବୈଷ୍ଣବ ଚରଣ ମହାନ୍ତି, ଡକ୍ଟର ସଂଗ୍ରାମ ଜେନା, ଡକ୍ଟର ରୁଦ୍ରନାରାୟଣ ମହାପାତ୍ର, ଡକ୍ଟର ହୃଷୀକେଶ ମଲ୍ଲିକ, ଡକ୍ଟର ବସନ୍ତ କୁମାର ପଣ୍ଡା, ଦାଶ ବେନହୁର, ଡକ୍ଟର ନାରାୟଣ ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନର ପ୍ରାୟୋଗିକ ଦିଗ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷିତ କରାଯିବ।

What's Your Reaction?

like

dislike

love

funny

angry

sad

wow