ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

Aug 7, 2023 - 17:24
 0  2
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି


ଦିଲ୍ଲୀ ଏମ୍ସରେ ଲାଗିଛି ନିଆଁ। କିଛି ସମୟ ପୂର୍ବରୁ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଣ୍ଡୋସ୍କୋପି ରୁମର ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥବା ଦେଖିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବାକୁ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି । ଏବେ ଯାଏଁ ସମ୍ପୂର୍ଣ୍ଣ ଭାବେ ନିଆଁ ଲିଭି ନାହିଁ। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ବି ଅଗ୍ନିଶମ ଗାଡ଼ି ଏଠାକୁ ପହଞ୍ଚୁଛି। ଏଣ୍ଡୋସ୍କୋପି ବିଭାଗରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ନିଆଁ ଲାଗିଛି, ସେସମ୍ପର୍କରେ କିଛି ସୂଚନା ମିଳିଛି। ନିଆଁ ଚାରିଆଡକୁ ବ୍ୟାପିଯିବାର ଆଶଙ୍କା ଥିବାରୁ ଅନ୍ୟ ବିଭାଗକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.