ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସୌଭାଗ୍ୟ କୁମାର ରଥ ସମ୍ବର୍ଦ୍ଧିତ

Aug 23, 2023 - 19:08
 0  7
ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସୌଭାଗ୍ୟ କୁମାର ରଥ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ଅଗଷ୍ଟ ୨୩:  ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ଶ୍ରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି।

ପ୍ରକାଶ ଥାଉକି, ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଶ୍ରୀ ରଥ ୟୁରୋପ ଓ ଋଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌ ପର୍ବତ (୫୬୪୨ ମିଟର) ଆରୋହଣ କରି ଭାରତର ଜାତୀୟ ପତାକା ଉଡ଼ାଇଥିଲେ। ଏହି ସଫଳତା ପାଇଁ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ I

ଏହି ଅବସରରେ ପର୍ବତ ଆରୋହଣକାରୀ ଶ୍ରୀ ରଥ ତାଙ୍କ ଧର୍ମପନିୀ ଡ. ସାଗରିକା ମିଶ୍ର ଓ ଶ୍ୱଶୁର ଶ୍ରୀ ସତ୍ୟପି୍ରୟ ମିଶ୍ରଙ୍କ ସମେତ ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow