ସୃଜନ- ଓଏମ୍ସି ୨୯ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା, ଭାରତନାଟ୍ୟମ୍ ସୀତାର ଯୁଗଳବନ୍ଦୀ

Sep 7, 2023 - 20:25
 0  8
ସୃଜନ- ଓଏମ୍ସି ୨୯ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା,  ଭାରତନାଟ୍ୟମ୍ ସୀତାର ଯୁଗଳବନ୍ଦୀ
ସୃଜନ- ଓଏମ୍ସି ୨୯ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା,  ଭାରତନାଟ୍ୟମ୍ ସୀତାର ଯୁଗଳବନ୍ଦୀ

ଭୁବନେଶ୍ୱର (ତା ୭.୯.୨୦୨୩) : ସୃଜନ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ତୃତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ପି ପରବିନ୍‍ କୁମାରଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନରେ ଆରମ୍ଭ ହୋଇଥିଲା ଏବଂ ନୀଳାଦ୍ରୀ କୁମାରଙ୍କ ସୀତାର ବାଦନରେ ସମାପ୍ତ ହୋଇଥିଲା ।

ଏହି ନୃତ୍ୟ, ସଂଗୀତ ଏବଂ ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । 

ସଂଧ୍ୟାର ପ୍ରଥମ ପରିବେଷଣରେ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପି ପରବିନ୍‍ କୁମାରଙ୍କ ଦ୍ୱାରା ଭାରତନାଟ୍ୟମ୍‍ ନୃତ୍ୟ । ସେ ପ୍ରଥମେ ପ୍ରଭୁ ଗଣେଶଙ୍କ ଧ୍ୟାନ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭାରୁ ତାଙ୍କର ନୃତ୍ୟ ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ପ୍ରସ୍ତିତିଟି ଥିଲା ପ୍ରଭୁ ମୁରୁଗାଙ୍କ ଉପରେ ପର୍ଯ୍ୟବେସିତ ମୁରୁଗା କଭୁତୁଭମ୍‍ ପରେ ପରେ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ବର୍ଣ୍ଣନମ୍‍ ପରିବେସିତ ହୋଇଥିଲା । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ପାରମ୍ପାରିକ ନୃତ୍ୟ ପଦମ୍‍ ଯାହା ରାଗ ମୁଖାରୀ ଓ ତାଳ ମିଶ୍ରଚମ୍ପୁ ଉପରେ ନିବଦ୍ଧ ଥିଲା । ତାଙ୍କୁ ମୃଦଙ୍ଗମ୍‍ରେ ବିନୟ ନାଗରାଜନ୍‍, ବଂଶୀରେ ମହେଶ ସ୍ୱାମୀ, ନାଟୁଭଙ୍ଗମ୍‍ରେ ନଭ୍ୟଶ୍ରୀ କେ.ଏନ୍‍ ଏବଂ କଣ୍ଠରେ ଆର. ରଘୁରାମ୍‍ ସହଯୋଗ କରିଥିଲେ । 

ଦ୍ୱିତୀୟ ପରିବେଷଣରେ ଥିଲା ବିଶିଷ୍ଟ ସୀତାର ବାଦକ ନିଳାଦ୍ରୀ କୁମାରଙ୍କ ଦ୍ୱାରା ସୀତାର ବାଦନ । ସେ ବିଭିନ୍ନ ତାଳ ଓ ରାଗ ସମ୍ମନୟରେ ସୀତାର ବାଦନ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ତବଲାରେ ଯଶବନ୍ତ ବୈଷ୍ଣବ । ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ତୃତୀୟ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ଏହି ସୁନ୍ଦର ସଙ୍ଗମ ଦର୍ଶକଙ୍କ ପାଇଁ ଶାସ୍ତ୍ରୀୟ ଭବ୍ୟତାର ଶ୍ରେଷ୍ଠତା ଆଣିଦେଇଥିଲା ।

ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କରିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow