ବେଙ୍ଗାଲୁରୁରେ ଓଡିଶା ସରକାର ଖୁବ୍‌ ଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ

Aug 28, 2023 - 18:40
 0  7
ବେଙ୍ଗାଲୁରୁରେ ଓଡିଶା ସରକାର ଖୁବ୍‌ ଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ
Pic for Representation Purpose

ଭୁବନେଶ୍ୱର/ବେଙ୍ଗାଲୁରୁ,୨୮/୦୮:  ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିତରେ କାର୍ଯ୍ୟରତ ଓଡ଼ିଆ ସଂଗଠନ କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ୍‌ର ୨୦ ତମ ବିଶାଳ ସ୍ୱାସ୍ଥ୍ୟ ଶିବିରରେ ଗତକାଲି ଓଡିଶା ଶ୍ରମ ବିଭାଗର ଶ୍ରମ ଓ ଇଏସ୍‌ଆଇର ଅତିରିକ୍ତ ସଚିବ ଶ୍ରୀ ନୀତି ରଂଜନ
ସେନ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବେଙ୍ଗାଲୁରୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଏକ ଖୁସି ଖବର ଶୁଣାଇଛନ୍ତି।

କର୍ଣ୍ଣାଟକ ରାଜ୍ୟରେ ଓଡିଶା ସରକାର ଖୁବ୍‌ ଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ। ବିଗତ ଦଶ ବର୍ଷ ହେବ ବାଙ୍ଗାଲୋର ସହରରେ ପ୍ରବାସୀ ଓଡ଼ିଆମାନଙ୍କୁ ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ଆକସ୍ମିକ ଦୁର୍ଘଟଣା ସମୟରେ ସର୍ବଦା ସହଯୋଗର ହାତ ବଢ଼ାଇ ଆସୁଥିବା କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ୍‌ କୋଭିଡ୍‌ ପୂର୍ବରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ହେଲ୍ପ ଡେସ୍କ ସ୍ଥାପନା କରିବା ନିମନ୍ତେ ଏକ ବୁଝାମଣା ପତ୍ର ଓଡିଶା ସରକାରଙ୍କ ପାଖକୁ ପଠାଇଥିଲେ।

ବର୍ତ୍ତମାନ ସେହି ବୁଝାମଣା ପତ୍ରକୁ ପୁନର୍ବାର ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହାର ଫଳାଫଳ ପ୍ରକାଶ କରିବାପାଇଁ ଉଚ୍ଚସ୍ତରୀୟ
ବିଭାଗକୁ ପଠାଯାଇଛି । ଅତି ଶୀଘ୍ର ଓଡିଶା ସରକାର ଏହାର ନିଷ୍ପତ୍ତି ନେଇପାରନ୍ତି ବୋଲି ଶ୍ରମ ଓ ଇଏସ୍‌ଆଇ ଅତିରିକ୍ତ
ସଚିବ ନୀତି ରଂଜନ ସେନ୍‌ ତାଙ୍କ ଅଭିଭାଷଣରେ କହିଛନ୍ତି।

ଗତକାଲି କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜନ କରାଯାଇଥିବା ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରରେ ପାଖାପାଖି ଚାରି ଶହ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ସଂଗଠନ ତରଫରୁ କୁହାଯାଇଛି । ବେଙ୍ଗାଲୁରୁ ସହର ଉପକଣ୍ଠ ବୋମାସନ୍ଦ୍ର ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ ଛଅ ଶହ ରୁ ଊଦ୍ଧ୍ୱର୍ ଶ୍ରମିକ ଭାଗ ନେଇଥିଲେ ଏବଂ ଆଖି, କାନ, ସ୍ତ୍ରୀରୋଗ, ଆଣ୍ଠୁଗଣ୍ଠି ରୋଗ, ହୃଦରୋଗ ଭଳି ନଅଟି ବିଭାଗର ଡାକ୍ତର ସେଠାରେ ଉପସ୍ଥିତ ଥିଲେ।

ଏହି ଶିବିରରେ ଚେନ୍ନାଇ ମୁଖ୍ୟ ଆପୋଲୋ ହସ୍ପିଟାଲ ରୁ ବରିଷ୍ଠ ହୃଦ୍‌ରୋଗ ଡାକ୍ତର ଦିଲୀପ ମିଶ୍ର, ପାକସ୍ଥଳୀ ବିଭାଗ ଡାକ୍ତର ସୁଦୀପ୍ତ କୁମାର ସ୍ୱାଇଁ, ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ସୁନିତା ସାମଲ ତଥା ବେଙ୍ଗାଲୁରୁ ଆପୋଲୋ ହସ୍ପିଟାଲର ବହୁ ଡାକ୍ତର ଯୋଗଦେଇଥିଲେ । ଚାରିସହ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଟଥିବାବେଳେ ସମସ୍ତଙ୍କୁ ସଂଗଠନ ତରଫରୁ ମାଗଣାରେ ମେଡ଼ିସିନ ମଧ୍ୟ ଯୋଗାଇ ଦିଆ ଯାଇଥିଲା । ଛଅ ଶହରୁ ଊଦ୍ଧ୍ୱର୍ ଶ୍ରମିକଙ୍କୁ ସଂଗଠନ ତରଫରୁ ମାଗଣାରେ ଓଡ଼ିଆ ଖାଦ୍ୟ ବଣ୍ଟନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ୍‌ ଚନ୍ଦାପୁରା ଶାଖାର ଅଧକ୍ଷ ସତ୍ୟରଞ୍ଜନ ଦାସ, ଉପଧକ୍ଷ ସୁଶାନ୍ତ କୁମାର ନାଥ ତଥା ସମ୍ପାଦକ ଆଶିଷ କୁମାର ସାହୁ ପରିଚାଳନା ଦାୟିତ୍ୱରେ ଥିବାବେଳେ ସନ୍ତୋଷ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ପାତ୍ର, କାଳି ନୃସିଂହ ରଥ, ଲକ୍ଷ୍ମୀଧର ମଲିକ, କାଳନ୍ଦୀ ଦାସ , ଦେବ ପ୍ରସାଦ ବେହେରା, ନରେନ୍ଦ୍ର ସାହୁ, ମନ୍ଦାର୍ଧର ସାହୁ, ମହେଶ୍‌ କୁମାର ଜେନା ,ସର୍ବେଶ୍ୱର ସାହୁ ତଥା ସମସ୍ତ ଇସି
ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ I

ଓଡିଶା ସରକାରଙ୍କ ଅତିରିକ୍ତ ସଚିବଙ୍କର ବେଙ୍ଗାଲୁରୁ ସହରରେ ହେଲ୍ପ  ଡେସ୍କ ଗଠନର ଘୋଷଣା ହେବା ପରେ ବାଙ୍ଗାଲୋର ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

What's Your Reaction?

like

dislike

love

funny

angry

sad

wow